କୁଡ଼ିଆ ଉପରେ ମାଡ଼ିଗଲା ଟ୍ରକ, ଚାଲିଗଲେ ମାଆ ପୁଅ

ଢେଙ୍କାନାଳ – ଘରେ ଶୋଇଥିବା ବେଳେ ମାଡ଼ିଗଲା ଟ୍ରକ। ମା’ ଓ ୮ ବର୍ଷ ପୁଅର ମୃତ୍ୟୁ । ଅଳ୍ପକେ ବର୍ତ୍ତି ଗଲେ ୪ ଜଣ । ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ଅନ୍ତର୍ଗତ କୁଟୁରିଆ ଯାତ୍ରା ପଡ଼ିଆରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ମୃତକମାନେ ହେଲେ ମା’ ରୁନୁ ପ୍ରଧାନ ଓ ତାଙ୍କ ପୁଅ ଲିପୁ ପ୍ରଧାନ। ରୁନୁ ଜଣେ ବୁଲା ବିକାଳୀ ।

କୁଟୁରିଆ ଯାତ୍ରା ପଡ଼ିଆରେ କୁଡ଼ିଆ କରି ବୁଲା ବିକାଳୀମାନେ ରହୁଛନ୍ତି। ରୁନୁ ମଧ୍ୟ ତାଙ୍କ ପୁଅ ସହ ସେଠାରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ରୁନୁ ଓ ତାଙ୍କୁ ପୁଅ ଶୋଇଥିବା କୁଡ଼ିଆ ଉପରେ ଚଢ଼ିଯାଇଥିଲା। ଏହାସହ ଅନ୍ୟ ଜଣଙ୍କ କୁଡ଼ିଆ ଉପରେ ଟ୍ରକ୍‌ଟି ମଧ୍ୟ ମାଡ଼ି ଯାଇଥିଲା। ସୌଭାଗ୍ୟବଶତଃ କୁଡ଼ିଆରେ ଥିବା ୪ ଜଣଙ୍କର କିଛି କ୍ଷତି ହୋଇନାହିଁ। ରୁନୁ ଓ ତାଙ୍କ ପୁଅଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ପୋଲିସ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି।

Comments are closed.