କୋରୋନା ପଜିଟିଭ ମାମଲା ପରେ ଭୁବନେଶ୍ୱର ସବ୍ କଲେକ୍ଟର ଓ ତହସିଲ ଅଫିସ ୫ ଦିନ ବନ୍ଦ

ଭୁବନେଶ୍ୱର- କିଛି କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହେଲା ପରେ ଭୁବନେଶ୍ୱର ସବ୍ –କଲେକ୍ଟର ଓ ତହସିଲ ଅଫିସ ୫ ଦିନ ବନ୍ଦ ରହିବ । ଆସନ୍ତା ୨୧ ତାରିଖ ଯାଏଁ ଦୁଇ ଅଫିସ ବନ୍ଦ ରହିବ । ସବ୍ କଲେକ୍ଟରଙ୍କ ଅଫିସରୁ ତିନି ଜଣ ଆସିଷ୍ଟାଂଟ୍ କଲେକ୍ଟର ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତହସିଲ ଅଫିସରୁ ୨ ଜଣ ଅତିରିକ୍ତ ତହସିଲଦାର କୋରୋନା ପଜିଟିଭ ହୋଇଛନ୍ତି । ଏମାନଙ୍କ ସଂସ୍ପର୍ଶରେ ଆସି ଅନ୍ୟ କର୍ମଚାରୀମାନେ ବି ସଂକ୍ରମିତ ହୋଇଥିବେ ବୋଲି ଆଶଙ୍କା କରାଯାଉଛି । ତେଣୁ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଦୁଇ ଅଫିସକୁ ୫ ଦିନ ପାଇଁ ବନ୍ଦ ରଖାଯିବାକପ ସବ୍ କଲେକ୍ଟର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

Comments are closed.