ନ୍ୟୁଜିଲାଣ୍ଡର କ୍ରମାଗତ ଚତୁର୍ଥ ବିଜୟ, ଆଫଗାନିସ୍ତାନକୁ ୧୪୯ ରନରେ ହରାଇଲା

ଚେନ୍ନାଇ: ଚଳିତ ଦିନିିକିଆ ବିଶ୍ୱକପରେ ନ୍ୟୁଜିଲାଣ୍ଡର ଜୟଯାତ୍ରା ଜାରି ରହିଛି । ଏଠାରେ ବୁଧବାର ଅନୁଷ୍ଠିତ ମ୍ୟାଚରେ ନ୍ୟୁଜିଲାଣ୍ଡ ଏକତରଫା ଭାବେ ଆଫଗାନିସ୍ତାନ୍‌ୁ ୧୪୯ ରନ୍‌୍‌ରେ ହରାଇ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି । ଗତ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇ ବଡ଼ ବିପର୍ଯ୍ୟୟ ଘଟାଇଥିବା ଆଫଗାନିସ୍ତାନ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ସେଭଳି କିଛି ଚମତ୍କାର କରିପାରିନଥିଲା ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୬ ୱିକେଟ୍ ହରାଇ ୨୮୮ ରନ୍ କରିଥିଲା । ଆଫଗାନିସ୍ତାନ ଖେଳାଳିମାନେ ଏକାଧିକ କ୍ୟାଚ୍ ଛାଡ଼ିବା ମଧ୍ୟ ନ୍ୟୁଜିଲାଣ୍ଡକୁ ସହାୟକ ହୋଇଥିଲା । ଏହି ବିଜୟଲକ୍ଷ୍ୟ ଜବାବରେ ଆଫଗାନିସ୍ତାନ ୩୪.୪ ଓଭରରେ ମାତ୍ର ୧୩୯ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥି୍‌ଲା । ଦଳ ତରଫରୁ ରହମତ ଶାହା ସର୍ବାଧିକ ୩୬ ରନ୍ କରିଥିବା ବେଳେ ଅଜମତୁଲ୍ଲା ଓମରଜାଇ ୨୭ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଣ୍ଟନର ଓ ଲକି ଫର୍ଗୁସନ୍ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ୍ ହାତେଇଥିଲେ ।

ଏହି ବୃହତ ବିଜୟ ସହ ନ୍ୟୁଜିଲାଣ୍ଡ ପଏଣ୍ଟ ଟେବୁଲର ପୁଣି ଶୀର୍ଷର୍କୁ ଉଠିଛି । ଦଳ ଏଯାବତ୍ ୪ଟିରୁ ୪ ମ୍ୟାଚ୍ ଜିତି ଅପରାଜେୟ ରହିଛ । ଆଫଗାନିସ୍ତାନ ୪ଟି ମ୍ୟାଚରୁୁ ତୃତୀୟ ପରାଜୟ ସହ ନବମ ସ୍ଥାନକୁ ଖସିଛିି ।

ପୂର୍ବରୁ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଦଳ ମଧ୍ୟ ଶୀଘ୍ର ତିନି ୱିକେଟ୍ ଖସାଇ ନୁୁ୍ୟଜିଲାଣ୍ଡକୁ ଆରମ୍ଭରୁ ବ୍ୟାକ୍‌ଫୁଟ୍‌ରେ ରଖିଥିଲା । ନ୍ୟୁଜିଲାଣ୍ଡ ଏକଦା ୧୧୦ ରନ୍‌ରେ ୪ ୱିକେଟ୍ ହରାଇ ଦେଇଥିଲା । ହେଲେ କାମଚଳା ଅଧିନାୟକ ଟମ୍ ଲାଥମ୍ ଓ ଗ୍ଲେନ୍ ଫିଲିପ୍ସଙ୍କ ଅର୍ଦ୍ଧଶତକ ସହାୟତାରେ ନ୍ୟୁଜିଲାଣ୍ଡ ଏକ ଚ୍ୟାଲେଞ୍ଜିିଂ ସ୍କୋର କରିବାକୁ ସମର୍ଥର୍ ହୋଇଥିଲା । ଲାଥମ୍ ୭୪ଟି ବଲ୍‌ରେ ୩ଟି ଚୌକା ଓ ୨ଟି ଛକା ସହ ୬୮ ରନ୍ କରିଥିବା ବେଳେ ଗ୍ଲେନ୍ ଫିଲିପ୍ସ ୮୦ଟି ବଲ୍‌ରେ ୪ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ୭୧ ରନ୍ କରିଥିଲେ । ଏ ଦୁହିଁଙ୍କ ବ୍ୟତୀତ ଓପନର ୱିଲ୍ ୟଙ୍ଗ୍ ୫୪ ରନ୍ ଓ ରଚିନ୍ ରବୀନ୍ଦ୍ର ୩୨ ରନ୍ କରିଥିଲେ ।
ଆଫଗାନିସ୍ତାନ ତରଫରୁ ନବୀନ ଉଲ୍ ହକ୍ ଓ ଅଜମତୁଲ୍ଲା ଓମରଜାଇ ୨ଟି ଲେଖାଏଁ ୱିିକେଟ୍ ନେଇଥିଲେ ।

Comments are closed.