କୋରାପୁଟରେ ଡବଲ ମର୍ଡର

କୋରାପୁଟ – କୋରାପୁଟରେ ଡବଲ ମର୍ଡର । ଦୁଇ ପରିବାର ମଧ୍ୟରେ ବିବାଦ ଉଗ୍ର ରୂପ ନେବାରୁ ଏ‌ହି ହତ୍ୟା କାଣ୍ଡ ଘଟିଛି । କୁନ୍ଦୁଲି ହାଟପଦାରେ ୨ ଜଣଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି। କୌଣସି କାରଣକୁ ନେଇ ଗଣ୍ଡଗୋଳ ଆରମ୍ଭ ହେବା ପରେ ଗାଁର ଗୋଟିଏ ପରିବାରର ବାପପୁଅଙ୍କ ଠେଙ୍ଗା ମାଡ଼ରେ ଟେମା ଗାଁର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଯୁବକଙ୍କ ମୃତ୍ୟୁ ନେଇ ଦୁଇ ପରିବାର ମଧ୍ୟରେ ପୁଣି ଗଣ୍ଡଗୋଳ ହୋଇଥିଲା। ପ୍ରତିଶୋଧ ନେବାକୁ ଯାଇ ମୃତ ଯୁବକଙ୍କ ପରିବାର ହତ୍ୟାରେ ସମ୍ପୃକ୍ତ ଥିବା ବାପପୁଅ ମଧ୍ୟରୁ ପୁଅକୁ ହତ୍ୟା କରିଥିବା ଜଣାପଡିଛି। ଘଟଣାସ୍ଥଳରେ ପଟାଙ୍ଗି ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ।

Comments are closed.