ସାମ୍ବାଦିକାଙ୍କୁ ମାଡ ମାମଲା: ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଲା

ଭୁବନେଶ୍ୱର – ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ଜାମିନ ଆବେଦନର ଶୁଣାଣି ନଭେମ୍ବର ୮କୁ ଘୁଞ୍ଚାଇଛନ୍ତି ଏସଡିଜେଏମ କୋର୍ଟ । ଜଣେ ମହିଳା ସାମ୍ବାଦିକଙ୍କୁ ମାଡ ମାରିବା ମାମଲାରେ ଗିରଫ ହୋଇ ଜେଲ୍‌‌ରେ ଅଛନ୍ତି ଟୁଟୁ ନାୟକ। ଅପଡେଟ୍‌‌ କେସ୍‌‌ଡାଏରୀ ଓ ଟୁଟୁଙ୍କ ପୁରୁଣା ରେକର୍ଡ ଯାଞ୍ଚ କରାଯାଉଛି। ସାମ୍ବାଦିକା ଦେବସ୍ମିତାଙ୍କ ପକ୍ଷରୁ ଆଇନଜୀବୀ ବନ ମହାନ୍ତି ପକ୍ଷ ରଖିଥିଲେ। ୮ତାରିଖକୁ ଜାମିନର ଶୁଣାଣି ଘୁଞ୍ଚିଛି। ସୂଚନାଯୋଗ୍ୟ, ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗତ ଶନିବାର ପୁଲିସ ଟୁଟୁ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ କୋର୍ଟ ।

Comments are closed.