ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡ଼ିଶାରେ ବି ବାଣଫୁଟା କଟକଣା ଲାଗୁ 

ଭୁବନେଶ୍ୱର – ବାୟୁ ପ୍ରଦୂଷଣ ଯୋଗୁଁ ଦୀପାବଳିରେ ବାଣ ଫୁଟାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ବାଣ ଫୁଟା ଉପରେ ଲାଗିଲା କଟକଣା । ରାଜ୍ୟରେ ସଂଧ୍ୟା ୬ରୁ ରାତି ୧୦ଟା ଯାଏଁ ହିଁ ଲୋକେ ବାଣ ଫୁଟାଇ ପାରିବେ । ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛି। ଅଧିକ ଶବ୍ଦ ଓ ବାୟୁ ପ୍ରଦୂଷଣ କରୁଥିବା ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି। ୧୨୫ ଡେସିମାଲ ବାଣ ଫୁଟା ଉପରେ ନଜର ରହିବ । ବାୟୁ ପ୍ରଦୂଷଣ ଯୋଗୁଁ ୨୦୧୮ରେ ଦିଲ୍ଲୀରେ ବାଣଫୁଟା ଉପରେ କଟକଣା ଲାଗିଥିଲା । ଏବେ ସାରାଦେଶ ପାଇଁ ଏହା ଲାଗୁ ହେବ ।

Comments are closed.