ବୈପାରିଗୁଡା ଥାନା ଆଇଆଇସିଙ୍କଠାରୁ ମିଳିଲା ପୁଳା ପୁଳା ଟଙ୍କା 

ଜୟପୁର – ଲକ୍ଷାଧିକ ନଗଦ ଟଙ୍କା ସହ ଧରାପଡିଲେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀ। ବୈପାରିଗୁଡାରୁ ସେ ଟଙ୍କା ନେଇ ବସରେ କଟକ ଯାଉଥିବା ବେଳେ ସୂଚନା ପାଇ ଭିଜିଲାନ୍ସର ଏକ ଟିମ୍ ଆଇଆଇସିଙ୍କୁ ଜୟପୁର ନିକଟରେ ଅଟକାଇଥିଲା । ତଲାସୀ ବେଳେ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏତେ ଟଙ୍କା କେଉଁଠାରୁ ଆଣିଲେ ବୋଲି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ଆଇଆଇସି ।ପରେ ବୈପାରିଗୁଡା ଥାନାରେ ତାଙ୍କ ଅଫିସ ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ଓ ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଖାନତଲାସୀ ବେଳେ ମିଳିଥିଲା । ତାଙ୍କଠାରୁ ମୋଟ ସାଢେ ୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଆଇଆଇସିଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।

Comments are closed.