ଆଜି ଦ୍ବିତୀୟ ଦିନିକିଆ: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ଜିକେବ୍ରା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଦିନିକିଆ ମଙ୍ଗଳବାର ଏଠାରେ ଖେଳାଯିବ । ଭାରତ ପ୍ରଥମ ମ୍ୟାଚକୁ ଏକତରଫା ଭାବେ ୮ ଓ୍ବିକେଟରେ ଜିତିଥିଲା । ଦ୍ଵିତୀୟ ମ୍ୟାଚରେ ବି ବିଜୟଧାରା ଜାରି ରଖି ସିରିଜ ଆଗୁଆ କବ୍‌ଜା କରିବାକୁ ଚାହିଁବ ଭାରତ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ସିରିଜ୍ ବରାବର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ଏହି ମ୍ୟାଚରେ ରଜତ ପଟିଦାର କିମ୍ବା ରିଙ୍କୁ ସିଂଙ୍କୁ ପଦାର୍ପଣ ସୁଯୋଗ ମିଳିପାରେ। ପ୍ରଥମ ମ୍ୟାଚରେ ଦୁଇ ଯୁବ ଖେଳାଳି ଅର୍ଶଦୀପ ସିଂ ଓ ଆବେସ ଖାନ୍ ନିଖୁଣ ବୋଲିଂ କରିଥିଲେ, ଯାହାଫଳରେ ଭାରତ ଏକତରଫା ଭାବେ ମ୍ୟାଚ ଜିତି ନେଇଥିଲା। ଭାରତ ଆହୁରି ମଧ୍ୟ ଏହାର ଏକମାତ୍ର ରିଜର୍ଭ ଖେଳାଳି ଶ୍ରେୟସ ଆୟରଙ୍କୁ ସୁଯୋଗ ଦେଇପାରେ। କାରଣ ରବିବାର ମ୍ୟାଚ୍ ପରେ ଖେଳାଯିବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୬ରୁ ଆରମ୍ଭ ହେବ। ଏଥିଲାଗି ଘୋଷଣା କରାଯାଇଥିବା ଭାରତୀୟ ଦଳରେ ଶ୍ରେୟସ ସ୍ଥାନ ପାଇଛନ୍ତି।

Comments are closed.