ଜମ୍ମୁ-କାଶ୍ମୀର ଉରିରେ ଅନୁପ୍ରବେଶ ଉଦ୍ୟମ ବେଳେ ଧରାପଡ଼ିଲା ପାକ୍ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ କାଶ୍ମୀର ଉରିରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ପୁଣି ପଣ୍ଡ କରିଦେଇଛନ୍ତି । ସୂତ୍ରରୁ ପ୍ରକାଶ ଯେ ଜାମ୍ମୁ କାଶ୍ମୀରର ଉରିର ନିୟନ୍ତ୍ରଣ ରେଖା (ଏଲ୍ଓସି) ରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷା ବାହିନୀ ସୋମବାର ସନ୍ଧ୍ୟାରେ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଧରିଥିଲେ। ଏହି ସମୟ ମଧ୍ୟରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ତିନି ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିବା ପରେ ଗତ ଏକ ସପ୍ତାହ ମଧ୍ୟରେ ସେନା ଉରି ଏବଂ ରାମପୁର ସେକ୍ଟରରେ ଅପରେସନ୍ ଜାରି ରଖିଛି ।

ସରକାରୀ ସୂତ୍ରରୁ ପ୍ରକାଶ ଯେ ଗତକାଲିର ଅପରେସନ୍ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନ୍ୟ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ପ୍ରଥମ ଥର ପାଇଁ ଜଣେ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଧରାପଡିଛି।

କିଛି ଦିନ ପୂର୍ବରୁ ସେନା ତିନିଜଣ ଅନୁପ୍ରବେଶକାରୀଙ୍କୁ ନିପାତ କରିଥିଲା। ସେମାନଙ୍କଠାରୁ ପାଞ୍ଚଟି ଏକେ ରାଇଫଲ ଏବଂ ୭୦ ଟି ଗ୍ରେନେଡ ସମେତ ଏକ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଥିଲା।

Comments are closed.