ରାଉରକେଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ

ରାଉରକେଲା: କରୋନା ସଂକ୍ରମଣ କୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ଅନେକ ପ୍ରଭାବୀ ପଦକ୍ଷେପ ନେଉଛନ୍ତି। ରାଉରକେଲାରେ ଆଜିଠାରୁ ସେରୋଲଜିକାଲ୍ ସର୍ଭେ ଆରମ୍ଭ ହୋଇଛି ।

ଆରଏମସି ସହଯୋଗରେ ଆର୍ଏମ୍ଆର୍ସି ଏହି ସର୍ଭେ କରୁଛି । ୫ ଦିନ ଧରି ଚାଲିବ ଏହି ସର୍ଭେ । ତେବେ କ୍ଲଷ୍ଟର ଅନୁଯାୟୀ ସର୍ଭେ କରାଯାଉଛି। ଏଥି ପାଇଁ ୧୭ ଜଣିଆ ଟିମ୍ ଗଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୫୦୦ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଉରକେଲାର ବସ୍ତି ଓ ହଟ୍ସ୍ପଟ ଅଞ୍ଚଳରୁ ନମୁନା ସଂଗ୍ରହ କରାଯିବ । କମ୍ୟୁନିଟି ସଦସ୍ୟଙ୍କ ନମୁନା ସଂଗ୍ରହ ହେବ । ବିଭିନ୍ନ ୱାର୍ଡରେ ମଧ୍ୟ ନମୁନା ସଂଗ୍ରହ କରାଯିବ । ଅଧିକ ସଂକ୍ରମିତ ଆଶଙ୍କା ଥିବା ବ୍ୟକ୍ତିଙ୍କ ଠାରୁ ବି ନମୁନା ସଂଗ୍ରହ କରାଯିବ ।

ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କର ରୋଗ ପ୍ରତିରୋଧକ ସ୍ଥିତି ଓ ଅତିଶୟ ବିପଦ ସମ୍ପନ୍ନ ଗୋଷ୍ଠୀର ସ୍ବାସ୍ଥ୍ୟ ଅଵସ୍ଥା ଜାଣିବା ପାଇଁ ସେରୋ ସର୍ଭିଲାନ୍ସ ଆରମ୍ଭ ହୋଇଛି ।

Comments are closed.