ଅଭିନେତା ଋତୁରାଜ ସିଂହଙ୍କ ହୃଦଘାତରେ ପରଲୋକ

ନୂଆଦିଲ୍ଲୀ: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଋତୁରାଜ ସିଂହଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ଗତକାଲି ରାତିରେ ତାଙ୍କ ବିୟୋଗ ଘଟିଥିବା ନିକଟତମ ସୂତ୍ରରୁ ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା ।

ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ଏଥିପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ନିକଟରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ଗତକାଲି ରାତି ପ୍ରାୟ ୧୨.୩୦ରେ ହୃଦ୍‌ଘାତରେ ତାଙ୍କ ନିଧନ ହୋଇଛି ।

ଋତୁରାଜ ସିଂହ କେବଳ ଟିଭିରେ ନୁହେଁ ଫିଲ୍ମ ଓ ୱେବ୍ ସିରିଜରେ ମଧ୍ୟ କାମ କରିଥିଲେ । ବିଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ ସହ ସେ ଦର୍ଶକଙ୍କ ମନ ମୋହିଥିଲେ । ହିଟଲର ଦିଦି, ଶପଥ, ଅଦାଲତ, ଆହଟ୍, ଦିୟା ଔର ବାତୀ ପରି ସିରିଏଲରେ କାମ କରିଥିଲେ ଋତୁରାଜ । ତାଙ୍କୁ ଶେଷ ଥର ‘ଅନୁପମା’ରେ ଦେଖିବାକୁ ମିଳିଥିଲା।

Comments are closed.