ନୂଆ ପିଢ଼ିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ୍’ର ସଫଳ ପରୀକ୍ଷଣ

ବାଲେଶ୍ବର: ଭାରତ ଗୁରୁବାର ଓଡ଼ିଶା ଉପକୂଳବର୍ତ୍ତୀ ଏକ ଦ୍ୱୀପରୁ ନୂଆ ପିଢ଼ିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ୍’ର ସଫଳ ପରୀକ୍ଷଣ କରିଛି।

ସୂଚନା ମୁତାବକ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ବାଲେଶ୍ଵରର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ‘ଅଗ୍ନି ପ୍ରାଇମ’ର ପରୀକ୍ଷଣ କରିଛନ୍ତି । ଏହି ସମୟରେ ଏହି କ୍ଷେପଣାସ୍ତ୍ର ସମସ୍ତ ମାନଦଣ୍ଡ ପୂରଣ କରିଛି।

ଅଧିକାରୀଙ୍କ କହିବାନୁସାରେ, ବିକାଶ ପର୍ଯ୍ୟାୟରେ ‘ଅଗ୍ନି ପ୍ରାଇମ୍’ର ତିନିଟି ସଫଳ ପରୀକ୍ଷଣ ପରେ ଏହା ସଶସ୍ତ୍ର ବାହିନୀରେ ସାମିଲ ପୂର୍ବରୁ କ୍ଷେପଣାସ୍ତ୍ରର ପ୍ରଥମ ରାତ୍ରୀକାଳୀନ ପରୀକ୍ଷା ଥିଲା ।

ରାଡାର, ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ପରି ଭୂସମାନ୍ତର ଦୂରତା ମପା ଉପକରଣ ସହିତ ଦୁଇଟି ଜାହାଜକୁ ପରୀକ୍ଷା ବେଳେ ନିୟୋଜିତ କରାଯାଇଥିଲା ଯାହା ଫଳରେ କ୍ଷେପଣାସ୍ତ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇ ପାରିବ ।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଡିଆରଡିଓ ଏବଂ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ବରିଷ୍ଠ ଅଧିକାରୀମାନେ ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣର ସାକ୍ଷୀ ରହିଥିଲେ, ଯାହା ଫଳରେ ଏହି କ୍ଷେପଣାସ୍ତ୍ରର ସଶସ୍ତ୍ର ବାହିନୀରେ ସାମିଲ ହେବା ପଥ ପରିଷ୍କାର ହୋଇଛି।

‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.