ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ଚେନ୍ନାଇ: ଶୁକ୍ରବାର ଏକ ଏୟାର ଇଣ୍ଡିଆ ବିମାନ ଜରୁରୀ ଅବତରଣ କରିଛି। ଏହି ବିମାନ ଚେନ୍ନାଇରୁ ଆଣ୍ଡାମାନ ଯାଉଥିଲା। ଉଡ଼ାଣ ଭରିବାର ୬୦ ମିନିଟ୍ ପରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା | ଫଳରେ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା।ବିମାନରେ ୧୨୩ ଜଣ ଯାତ୍ରୀ ଥିଲେ। ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।

Comments are closed.