ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପନିଆ (ଓଏସ୍ଏ)ରେ ପୀଡ଼ିତ ଥିଲେ ବାପି ଲାହିରି, କଣ ଏହି ରୋଗ ? ଏହା ଦ୍ବାରା କଣ ସମସ୍ୟା ହୁଏ ଜାଣନ୍ତୁ..

ନୂଆଦିଲ୍ଲୀ: କିମ୍ବଦନ୍ତୀ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ବାପି ଲାହିରିଙ୍କ ଦେହାନ୍ତ ହୋଇଛି । ବାପି ଦା’ଙ୍କ ମୃତ୍ୟୁର କାରଣ ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପନିଆ (ଓଏସ୍ଏ) ବୋଲି କୁହାଯାଇଛି। ସ୍ଲିପ୍ ଆପନିଆ ଏକ ଅତ୍ୟନ୍ତ ଗମ୍ଭୀର ରୋଗ | ଏହି ରୋଗରେ ଦୀର୍ଘ ସମୟ ପୀଡ଼ିତ ରହିବା ଏବଂ ଚିକିତ୍ସା ନକରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ | ଏହି ରୋଗରେ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଦାଏ | ସ୍ଲିପ୍ ଆପନିଆରେ ଶୋଇଥିବା ବେଳେ ହଠାତ୍ ନିଶ୍ୱାସ ବନ୍ଦ ହୋଇଯାଏ ଏବଂ ପୁଣି ସକ୍ରିୟ ହୋଇଯାଏ | ତେବେ ନିଶ୍ୱାସ ବନ୍ଦ ହେବା ନେଇ ପୀଡ଼ିତ ବ୍ୟକ୍ତି ଜଣକ ମଧ୍ୟ ଜାଣିପାରନ୍ତି ନାହିଁ | ବେଳେବେଳେ ଶ୍ବାସକ୍ରିୟା ପୁଣି ସକ୍ରିୟ ହେଲେ ପୀଡ଼ିତ ବ୍ୟକ୍ତିର ହଠାତ୍ ନିଦ ଭାଙ୍ଗିଯାଏ | ଏହି ରୋଗର ଶିକାର ହୋଇଥିବା ଲୋକଙ୍କ ମସ୍ତିଷ୍କରେ ଅମ୍ଳଜାନର ଅଭାବ ରହେ, ଯାହା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ବଢ଼ାଇଥାଏ | ସ୍ଲିପ୍ ଆପନିଆ ଦ୍ୱାରା କେଉଁ ସବୁ ସମସ୍ୟ ହୋଇପାରେ ଜାଣନ୍ତୁ |

– ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିଆ (ଓଏସ୍ଏ) ଏକ ଗମ୍ଭୀର ରୋଗ | ଏଥିରେ ପୀଡ଼ିତ ବ୍ୟକ୍ତି ଦିନସାରା ଥକାପଣ, ଆଳସ୍ୟରେ ଏବଂ ନିଦ୍ରାହୀନତା ଅନୁଭବ କରନ୍ତି |

– ଓଏସ୍ଏରେ ପୀଡିତ ବ୍ୟକ୍ତିଙ୍କର ଅସ୍ତ୍ରୋପଚାରରେ ମଧ୍ୟ ଅସୁବିଧା ହୁଏ | ଆନାସ୍ଥେସିଆ ଦିଆଯିବା ପରେ ସେମାନେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିପାରନ୍ତି ।

– ଏପରି ରୋଗରେ ପୀଡିତ ଲୋକମାନେ କାମ କରିବା ସମୟରେ, ଗାଡି ଚଲାଇବା ବା କିମ୍ବା ଟିଭି ଦେଖିବା ସମୟରେ ହଠାତ୍ ଶୋଇପଡନ୍ତି |

– ଯେଉଁମାନଙ୍କର ଏହି ରୋଗ ଅଛି, ସେମାନେ କୌଣସି କାମରେ ଧ୍ୟାନ କେନ୍ଦ୍ରିତ କରିପାରନ୍ତି ନାହିଁ | ବିଶେଷକରି ପିଲାମାନଙ୍କୁ ଏହି ରୋଗ ଦ୍ବାରା ପାଠପଢ଼ାରେ ମନ ଦେବା କଷ୍ଟକର ହୋଇପଡେ |

– ଏହି ରୋଗରେ ଆପଣଙ୍କ ରକ୍ତରେ ଅମ୍ଳଜାନ ସ୍ତର କମିବା ଆରମ୍ଭ କରେ, ଯେଉଁ କାରଣରୁ ରକ୍ତଚାପ ବଢ଼ିଯାଏ |

– ରକ୍ତଚାପ ବୃଦ୍ଧି କାର୍ଡିଓ ସିଷ୍ଟମ ଉପରେ ଚାପ ସୃଷ୍ଟି କରେ | ଓଏସ୍ଏରେ ପୀଡିତ ଅଧିକାଂଶ ଲୋକଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦିଏ |

– ରକ୍ତଚାପର ସମସ୍ୟା ଏପରି ଲୋକଙ୍କଠାରେ ହୃଦ୍ ରୋଗ ହେବାର ଆଶଙ୍କା ବଢ଼ିଥାଏ ।

– ଯଦି ଆପଣ ଓଏସ୍ଏ ରୋଗୀ, ତେବେ ଆପଣଙ୍କୁ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ |

– ଏହି ରୋଗରେ ହୃଦସ୍ପନ୍ଦନ ଅସ୍ୱାଭାବିକ ହୋଇଯାଏ, ଯେଉଁ କାରଣରୁ ରକ୍ତଚାପ ବେଳେବେଳେ ଖସିବା ଆରମ୍ଭ କରେ |

– ଓଏସ୍ଏ ସହ ଯଦି ଆପଣଙ୍କର ହୃଦ୍ ରୋଗ ଅଛି ତେବେ ହଠାତ୍ ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ |

ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପନିଆ ବା ଓଏସ୍ଏ ଏକ ଗୁରୁତର ରୋଗ । କିନ୍ତୁ ଏହା ଚିକିତ୍ସା ସମ୍ଭବ | ଏହି ରୋଗରେ ତିଥି ହୋଇ ତିଥି ହୋଇ ଶୋଇବା ସମୟରେ ପ୍ରବଳ ଘୁଙ୍ଗୁଡ଼ି ହୁଏ । ଏଥିପାଇଁ ପୀଡ଼ିତ ବ୍ୟକ୍ତି କଡ଼େଇ ଶୋଇବା ଉଚିତ୍ |
ଏହି ରୋଗର ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ |

Comments are closed.