ସର୍ବଦଳୀୟ ବୈଠକ : କୋରୋନା ଟିକା ପାଇଁ ଓଡିଶାକୁ ପ୍ରାଥମିକତା ଦେବାକୁ ବିଜେଡିର ଦାବି, ମହାମାରୀ ମୁକାବିଲା ପାଇଁ ରାଜ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ – କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । ବୈଠକରେ କୋରୋନା ଟିକା ବିତରଣ ନେଇ ବ୍ୟାପକ ଆଲୋଚନା ହୋଇଛି । ଟିକା ଆସିଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଭାଗ କୋରୋନା ଯୋଦ୍ଧାଙ୍କୁ ପ୍ରଥମେ ଦେବାକୁ କେନ୍ଦ୍ର ସରକାର ବୈଠକରେ ପ୍ରସ୍ତାବ ଦେଇଛନ୍ତି । ଖୁବ୍ ଶୀଘ୍ର କୋଭିଡ ଟିକା ଆସିବା ନେଇ ସଂକେତ ମିଳିଥିବା ପରିପ୍ରେକ୍ଷୀରେ ଓଡିଶାକୁ ଟିକା ବିତରଣରେ ଅଗ୍ରାଧିକାରଦେବାକୁ ବୈଠକରେ ଦାବି କରିଛି ବିଜେଡି । ଜାତୀୟସ୍ତରରେ ତୃଣମୂଳ ସ୍ତରରୁ ଡାଟାବେସ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଛି ବିଜେଡି । ବୈଠକରେ ବିଜେଡିରୁ ସାସଂଦ ଚନ୍ଦ୍ରଶେଖର ସାହୁ ପ୍ରତିନିଧିତ୍ୱ କରିଛନ୍ତି । ସେ କହିଛନ୍ତି ଯେ,ଜାତୀୟ ସ୍ତରରେ ଟିକାକରଣ ପାଇଁ ନିଷ୍ପତି ହୋଇଛି । ଟ୍ୟାକ୍ସ ଫୋର୍ସ ଗଠନ କରି ଟିକା ବଂଟନକୁ ସୁଗମ କରିବାକୁ ଓଡିଶା ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ବୈଠକରେ କହିଛନ୍ତି ଚନ୍ଦ୍ରଶେଖର । ବୈଠକରେ କୋଭିଡ ମୁକାବିଲା ନେଇ ଓଡିଶା ସରକାରଙ୍କ ରଣନୀତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

Comments are closed.