ଅମିତାଭ ବଚ୍ଚନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ୮୧ ବର୍ଷୀୟ ବିଗ୍ ବିଙ୍କୁ ଶୁକ୍ରବାର ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତିରେ ବ୍ଲକେଜ୍ ଯୋଗୁଁ ତାଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇଥିବା ଜଣାପଡିଛି। ଏହି ମହାନାୟକଙ୍କ ଅଗଣିତ ପ୍ରଶଂସକ ଓ ଶୁଭେଚ୍ଛୁ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତିି।

ଇତି ମଧ୍ୟରେ ଶତାବ୍ଦୀର ଏହି ମହାନାୟକ ଏକ ଟୁଇଟ୍ କରି ତାଙ୍କ ପ୍ରଶଂସକ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଲେଖିଛନ୍ତି – “ଆପଣମାନଙ୍କ ନିକଟରେ ସର୍ବଦା କୃତଜ୍ଞ ।” ସେ ଏଥିରେ ଆଉ କିଛି ଲେଖିନାହାନ୍ତି । ତାଙ୍କ ଟ୍ୱିଟରୁ ଯାହା ଅନୁମାନ କରାଯାଉଛି ଅସ୍ତ୍ରୋପଚାର ପରେ ସେ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.