ଆନ୍ଧ୍ରପ୍ରଦେଶ ଆଇଟି ମନ୍ତ୍ରୀ ଗୌତମ ରେଡ୍ଡୀଙ୍କ ପରଲୋକ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଶିଳ୍ପ ଓ ଆଇଟି ମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ସୋମବାର ସକାଳେ ଛାତିରେ ଯନ୍ତ୍ରଣା ଯୋଗୁଁ ସେ ହଠାତ୍ ତଳେ ପଡ଼ିଯାଇଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଆଇସିୟୁରେ ଚିକିତ୍ସା ସମୟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।ଗୌତମ ରେଡ୍ଡୀଙ୍କୁ ୫୦ ବର୍ଷ ବୟସ ହୋଇଥିଲା।

ଗୌତମ ରେଡ୍ଡୀ ନେଲୋର ଜିଲ୍ଲାର ଆତ୍ମକୁର ନିର୍ବାଚନମଣ୍ଡଳୀରୁ ବିଧାୟକ ଓ ଜଗନ ସରକାରର କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ଗୌତମ ରେଡ୍ଡୀ ନିକଟରେ ଦୁବାଇ ଗସ୍ତ କରିଥିଲେ । ତାଙ୍କ ଅସମୟ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଶୋକ ପ୍ରକାଶ କରିଛନ୍ତି

Comments are closed.