ରାଜ୍ୟରେ ୪ ଶହ ତଳକୁ ଖସିଗଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳକୁ ଖସିଛି । ଦିନକରେ ୩୮୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୨୬ ଓ ସ୍ଥାନୀୟ ଅଞ୍ଚଳରୁ ୧୬୨ ମାମଲା ଆସିଛି । ୫୩୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୬ ଜଣ ଅଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୨୮୬୯କୁ ବୃଦ୍ଧି ପାଇଥିବା ବେଳେ ଏ ଯାଏ ସୁସ୍ଥ ହେଲେଣି ୧୨ ଲକ୍ଷ ୬୮,୧୫୮ ଆକ୍ରାନ୍ତ ।୫ ହଜାର ୬୩୨ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୧୩, ବାଲେଶ୍ୱରରୁ ୧୧, ବରଗଡରୁ ୯, ଭଦ୍ରକରୁ ୫, ଉଲାଙ୍ଗିରରୁ ୭, ବୌଦ୍ଧରୁ ୩, କଟକରୁ ୨୧, ଦେଓଗଡରୁ ୫, ଢ଼େଙ୍କାନାଳରୁ ୧୧, ଗଜପତିରୁ ୩୦, ଗଞ୍ଜାମରୁ ୭, ଜଗତସିଂହପୁରରୁ ୭, ଯାଜପୁରରୁ ୨୩, ଝାରସୁଗୁଡାରୁ ୧୩, କଳାହାଣ୍ଡିରୁ ୩, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୧୫, କେନ୍ଦୁଝରରୁ ୮, କୋରାପୁଟରୁ ୧୨, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୨୦, ନବରଙ୍ଗପୁରରୁ ୮, ନୟାଗଡରୁ ୧୩, ନୂଆପଡାରୁ ୮, ପୁରୀରୁ ୩, ରାୟଗଡ଼ାରୁ ୨୦, ସମ୍ବଲପୁରରୁ ୨୪, ସୁନ୍ଦରଗଡରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୧୩ ଟି ପଜିଟିଭ ମାମଲା ଆସିଛି।

Comments are closed.