ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା, ୨୦ରୁ ଚାରିଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର- ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଆସନ୍ତା ୨୦ ତାରିଖରେ ଉତର-ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏଥିପାଇଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଚାରିଟି ଜିଲ୍ଲାକୁ ଜାରି କରାଯାଇଛି ୟେଲୋ ୱାଣ୍ଣିଂ ର୍ । ମାଲକାନଗିରି, କୋରାପୁଟ, ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରେ ୨୦ରୁ ୨୩ ତାରିଖ ଯାଏଁ ଚାରିଦିନ ପ୍ରବଳ ବର୍ଷିବ ବୋଲି କୁହାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଥିବା ବେଳେ ଯେଉଁମାନେ ସମୁଦ୍ରରେ ଅଛନ୍ତି, ସେମାନଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି ।

Comments are closed.