ଆଶା ପାରେଖ ପାଇବେ ଦାଦାସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ବର୍ଷୀୟାନ ଅଭିନେତ୍ରୀ ଆଶା ପାରେଖ ଚଳିତ ବର୍ଷ ଦାଦାସାହେବ ଫାଲକେ ପୁରସ୍କାର ପାଇବେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି।

ଆଶା ପାରେଖ ପ୍ରଥମେ ଶିଶୁ କଳାକାର ଭାବେ ଫିଲ୍ମରେ କାମ କରିଥିଲେ | ସେ ୧୯୫୨ ରୁ ୧୯୯୫ ପର୍ଯ୍ୟନ୍ତ ହିନ୍ଦୀ ସିନେମାରେ ସକ୍ରିୟ ଥିଲେ। ୮୦ ବର୍ଷ ବୟସ୍କା ଆଶା ପାରେଖ ଅବିବାହିତା ।

୧୯୯୨ ମସିହାରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ।

ଦାଦାସାହେବ ଫାଲକେ ପୁରସ୍କାର ଭାରତର ସିନେମାର ସବୁଠାରୁ ସମ୍ମାନଜନକ ତଥା ବଡ଼ ପୁରସ୍କାର | ଏହି ପୁରସ୍କାର ପ୍ରତିବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଦିଆଯାଏ | ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ |

ଦାଦାସାହେବ ଫାଲକେ ପୁରସ୍କାର ବିଜେତାଙ୍କୁ ସ୍ୱର୍ଣ୍ଣ କମଳ ପଦକ, ଉପଢ଼ୌକନ ଏବଂ ଦଶ ଲକ୍ଷ ଟଙ୍କା ପ୍ରଦାନ କରାଯାଏ |

ଅଭିନେତ୍ରୀ ଦେବିକା ରାନୀ ହେଉଛନ୍ତି ଦାଦାସାହେବ ଫାଲକେ ପୁରସ୍କାରର ପ୍ରଥମ ବିଜେତା । ତାଙ୍କୁ ଭାରତୀୟ ସିନେମାର ପ୍ରଥମ ମହିଳା କୁହାଯାଏ।

Comments are closed.