ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୧୨୨କୁ ବୃଦ୍ଧି

ଗୁଆହାଟି: ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଛି ‌। ବନ୍ୟା ଯୋଗୁଁ ଆଉ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । କାଚର ଜିଲ୍ଲାର ସିଲଚର ସହର ଷଷ୍ଠ ଦିନ ମଧ୍ୟ ଜଳମଗ୍ନ ହୋଇ ରହିଛି। ଅଧିକାରୀ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ବାରପେଟା, କାଚର, ଡାରାଙ୍ଗ ଏବଂ ଗୋଲାଘାଟ ଜିଲ୍ଲାର ଲୋକ ଅଛନ୍ତି। ଏହା ସହିତ ଆସାମରେ ଚଳିତ ବର୍ଷ ବନ୍ୟା ଓ ଭୂସ୍ଖଳନରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମ୍ଏ) ଦ୍ବାରା ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ, ୨୭ଟି ଜିଲ୍ଲାର ବନ୍ୟା ପ୍ରଭାବିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୨୫.୧୦ ଲକ୍ଷକୁ ଖସି ଆସିଛି । ଶୁକ୍ରବାର ପର୍ଯ୍ୟନ୍ତ ୨୮ଟି ଜିଲ୍ଲାରେ ୩୩.୦୩ ଲକ୍ଷ ଜଳବନ୍ଦୀ ଥିଲେ ।

Comments are closed.