ହକି ବିଶ୍ୱକପ : ସ୍ପେନକୁ ହରାଇ ସେମିଫାଇନାଲରେ ଅଷ୍ଟ୍ରେଲିଆ

ଭୁବନେଶ୍ୱର – ହକି ବିଶ୍ୱକପରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ସ୍ପେନକୁ ୪-୩ ଗୋଲରେ ପରାସ୍ତ କରିଛି। ବେଶ ସଂଘର୍ଷପୂର୍ଣ୍ଣ ଥିଲା ମ୍ୟାଚ । ପ୍ରଥମାର୍ଦ୍ଧର ୧୯ ଓ ୨୩ତମ ମିନିଟରେ ଗୋଲ ଦେଇ ଆଗୁଆ ଥିଲା ସ୍ପେନ । ତେବେ ୨୯ତମ ମିନିଟରେ ଅଷ୍ଟ୍ରେଲିଆ ଗୋଟିଏ ଗୋଲ ବୁଝାଇ ଦେଇଥିଲା। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ସ୍ପେନ ୨-୧ ଗୋଲରେ ଆଗୁଆ ଥିଲା । ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ମାତ୍ରେ ଅଷ୍ଟ୍ରେଲିଆ ଆଉ ଗୋଟିଏ ଗୋଲ ସ୍କୋର କରି ମ୍ୟାଚକୁ ୨-୨ ସ୍ତରକୁ ନେଇ ଆସିଥିଲା । ମ୍ୟାଚର ୩୨ ଓ ୩୬ତମ ମିନିଟରେ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଅଷ୍ଟ୍ରେଲିଆକୁ ୪-୨ ଗୋଲରେ ଆଗୁଆ କରିଥିଲେ ଜେରେମି ହେୱର୍ଡ । ୪୦ ତମ ମିନିଟରେ ସ୍ପେନ ଆଉ ଗୋଟିଏ ଗୋଲ କରିଥିଲା । ତେବେ ଏହାପରେ ଆଉ କୈାଣସି ଗୋଲ ହୋଇନଥିଲା । ୪-୩ ଗୋଲରେ ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲା ଅଷ୍ଟ୍ରେଲିଆ।

Comments are closed.