ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି , ଅପରାହ୍ନ ୪ରୁ ୮ ଦର୍ଶନ ବନ୍ଦ

ପୁରୀ: ଆଜି ଫାଲ୍‌ଗୁନ କୃଷ୍ଣ ସପ୍ତମୀ ତିଥି ‌। ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସନ୍ଧ୍ୟା ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ।

ଉତ୍ତର ପ୍ରଦେଶ ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ, ୯ଟି ଜିଲ୍ଲାର ୫୯ ଟି ଆସନରେ ଚାଲିଛି ଭୋଟ ଗ୍ରହଣ

ଲକ୍ଷ୍ନୈ|: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ନଅଟି ଜିଲ୍ଲାର ୫୯ ଟି ଆସନରେ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୬୨୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ | ୟୁପି…

ରାଜ୍ୟରେ ୨୫ ତାରିଖରେ ୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ହ୍ରାସ ପାଇଛି । ଆସନ୍ତା ୩ ଦିନ…

ପରିଣାମ ପୋର୍ଟାଲରେ ଉପଲବ୍ଧ ହେବ ଫଳାଫଳ

ଭୁବନେଶ୍ୱର : ପଂଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଭୋଟ ବାକ୍ସଗୁଡ଼ିକର ସୁରକ୍ଷାକୁ ନେଇ ଚିନ୍ତା ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନର ୪ଦିନ ମଧ୍ୟରେ ୩ଥର ଚିଠି ଲେଖି ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ଭୋଟ ବାକ୍ସ ସୁରକ୍ଷା, ଷ୍ଟ୍ରଙ୍ଗରୁମର…