ଆସନ୍ତା ୧୪ରୁ ରାଜ୍ୟରେ ଘରୋଇ ପ୍ଲେ ସ୍କୁଲ ଓ କେଜି ଖୋଲିବାକୁ ଅନୁମତି

ଭୁବନେଶ୍ୱର- ଆସନ୍ତା ୧୪ ତାରିଖରୁ ଘରୋଇ ପ୍ଲେ ସ୍କୁଲ ଓ କେଜି ଶ୍ରେଣୀ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କୋଭିଡ ଗାଇଡଲାଇନ ଅନୁସାରେ ଘରୋଇ ପ୍ଲେ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତା ୧୪ରୁ ରାଜ୍ୟରେ କେଜିରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ ।…

ଆସନ୍ତା ୨୦ରେ ପୁରୀ ଆସିପାରନ୍ତି ରାଷ୍ଟ୍ରପତି

ପୁରୀ- ଚଳିତମାସ ୨୦ ତାରିଖରେ ପୁରୀ ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏକ ଧାର୍ମିକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେବେ । ଗସ୍ତ ସମୟରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରନ୍ତି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ…

ପଂଚାୟତ ନିର୍ବାଚନରେ ଭୋଟ ଦେବା ପାଇଁ ସରକାରୀ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ମିଳିବ ତିନି ଦିନିଆ ଛୁଟି

ଭୁବନେଶ୍ୱର- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନିଜ ନିଜର ମତାଧିକାର ସାବ୍ୟସ୍ତ ପାଇଁ ରାଜ୍ୟ ସରକାରଙ୍କ ସବୁ ବିଭାଗ,ସରକାରୀ ବୋର୍ଡ, ଉଦ୍ୟୋଗ ଓ ନିଗମର କର୍ମଚାରୀମାନଙ୍କୁ ତିନି ଦିନ ଛୁଟି ମିଳିବ । ପଞ୍ଚାୟତିରାଜ ବିଭାଗ ସଚିବ ଅଶୋକ ମୀନା ଏ ନେଇ ସବୁ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ଚିଠି…

ଅରୁଣାଚଳ ପ୍ରଦେଶ: ହିମସ୍ଖଳନ ପରେ ନିଖୋଜ ଥିବା ୭ ସେନା ଯବାନଙ୍କ ଶବ ମିଳିଲା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ହିମସ୍ଖଳନ ଯୋଗୁଁ ନିଖୋଜ ଥିବା ୭ ସେନା ଯବାନଙ୍କ ମୃତଦେହ ମିଳିଛି । ସୋମବାର ଅରୁଣାଚଳର ଏକ ସେନା ପାଟ୍ରୋଲିଂ ଦଳ ହିମସ୍ଖଳନର ଶିକାର ହୋଇଥିଲା। ଗତକାଲି ଠାରୁ ସେନା ତରଫରୁ ନିଖୋଜ ଯବାନଙ୍କ ସନ୍ଧାନ କାର୍ଯ୍ୟ ଚାଲିଥିଲା। ତେବେ ଦୁର୍ଭାଗ୍ୟବଶତଃ ସେନାର ଏହି…

ହିଜାବ ବିବାଦ: ସବୁ ଶିକ୍ଷାନୁଷ୍ଠାନ ତିନି ଦିନ ବନ୍ଦ ରଖିବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୋମଇଙ୍କ ନିର୍ଦ୍ଦେଶ

ବେଙ୍ଗାଲୁରୁ: ହିଜାବକୁ ନେଇ ରାଜ୍ୟର କିଛି କଲେଜରେ ବିବାଦ ବଢୁଥିବାରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମଇ ରାଜ୍ୟର ସବୁ ହାଇସ୍କୁଲ ଏବଂ କଲେଜକୁ ତିନି ଦିନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି।…