ଆସନ୍ତା ୧୪ରୁ ରାଜ୍ୟରେ ଘରୋଇ ପ୍ଲେ ସ୍କୁଲ ଓ କେଜି ଖୋଲିବାକୁ ଅନୁମତି

ଭୁବନେଶ୍ୱର- ଆସନ୍ତା ୧୪ ତାରିଖରୁ ଘରୋଇ ପ୍ଲେ ସ୍କୁଲ ଓ କେଜି ଶ୍ରେଣୀ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କୋଭିଡ ଗାଇଡଲାଇନ ଅନୁସାରେ ଘରୋଇ ପ୍ଲେ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

ଆସନ୍ତା ୧୪ରୁ ରାଜ୍ୟରେ କେଜିରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ । ସେଥିପାଇଁ ସ୍କୁଲଗୁଡିକୁ ସାନିଟାଇଜ କରାଯାଉଛି । କୌଣସି ପିଲାଙ୍କୁ ସ୍କୁଲ ଆସିବା ପାଇଁ ବାଧ୍ୟ କରାଯିବ ନାହିଁ । ସ୍କୁଲ ନ ଆସିଲେ ସେମାନେ ଅନଲାଇନ ପଢା ଜାରି ରଖିପାରିବେ । ଗତ ୮ ତାରିଖରୁ ରାଜ୍ୟରେ ଅଷ୍ଟମରୁ କଲେଜ ଯାଏଁ ଅଫଲାଇନ ପାଠପଢା ଆରମ୍ଭ ହୋଇଛି ।

Comments are closed.