ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡିଆଇଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର – ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ସୂଚନା ଅଧିକାରୀ ସିଭିକେ ମାରୁତି ରାଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଝାରସୁଗୁଡା ବ୍ରଜରାଜନଗର ଗଜପତି ନଗରପଡାରେ ଥିବା ଘର ଭିତରୁ ମାରୁତିଙ୍କ ମୃତଦେହ ଉଦ୍ଧାର ହୋଇଛି । ୪୫…

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତସୂଚୀ ଚୂଡାନ୍ତ

ପୁରୀ –ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇଦିନିଆ ପୁରୀ ଗସ୍ତର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି । ରାଷ୍ଟ୍ରପତି ଆସନ୍ତା ୧୯ ତାରିଖ ଅପରାହ୍ନ ୨ଟା ୪୫ ମିନିଟରେ ଭୁବନେଶ୍ୱରରେ ପହଂଚିବେ । ଅପରାହ୍ନ ୩ଟା ୩୫ରେ ପୁରୀରେ ପହଂଚିବେ ରାଷ୍ଟ୍ରପତି । ଅପରାହ୍ନ ୫ଟାରେ ସେ ଶ୍ରୀମନ୍ଦିର ଯାଇ…

କୋରାପୁଟ ଜିଲ୍ଲା ଗସ୍ତରେ ଡିଜିପି : ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ଓ ମାଓ ଦମନ ଅଭିଯାନର ସମୀକ୍ଷା

କୋରାପୁଟ- ପୋଲିସ ଡିଜି ସୁନୀଲ ବଂଶଲ କୋରାପୁଟ ଜିଲ୍ଲା ଗସ୍ତ କରି ସ୍ୱାଭିମାନ ଅଂଚଳର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ପଂଚାୟତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କିଭଳି ପରିଚାଳନା କରାଯିବ,ସେ ନେଇ ଡିଜିପି ସୁନାବେଡାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆସୋଚନା କରିଛନ୍ତି…

ବିଧାନ ପରିଷଦ ଗଠନ ନେଇ ୨୦୧୮ ସେପଟେମ୍ବ ୧୮ରେ କେନ୍ଦ୍ରକୁ ଯାଇଥିଲା ପ୍ରସ୍ତାବ : ବାଚସ୍ପତି

ଭୁବନେଶ୍ୱର- ବିଧାନ ପରିଷଦ ଗଠନ ନେଇ ଓଡିଶା ସରକାରଙ୍କ ପକ୍ଷରୁ କିଛି ପ୍ରସ୍ତାବ ଆସିନାହିଁ ବୋଲି କେନ୍ଦ୍ର ସରକାର କହିଲା ପରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନ ପରିଷଦ ପାଇଁ ୨୦୧୮ ମସିହାରୁ ହିଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଯାଇଛି ।…