ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡିଆଇଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର – ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ସୂଚନା ଅଧିକାରୀ ସିଭିକେ ମାରୁତି ରାଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଝାରସୁଗୁଡା ବ୍ରଜରାଜନଗର ଗଜପତି ନଗରପଡାରେ ଥିବା ଘର ଭିତରୁ ମାରୁତିଙ୍କ ମୃତଦେହ ଉଦ୍ଧାର ହୋଇଛି । ୪୫ ବର୍ଷୀୟ ମାରୁତିଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କିଛି ଦିନ ତଳେ ମାରୁତି ଝାରସୁଗୁଡାରେ ଥିବା ନିଜ ଘରକୁ ଯାଇଥିଲେ । ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ସେ ଅବିବାହିତ ଥିଲେ । ଗତକିଛି ଦିନ ହେବ ସେ ମାନସିକ ଅବସାଦରେ ଥିଲେ ବୋଲି ଚର୍ଚ୍ଚା ହେଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.