ଭାରତୀୟ ମହିଳା ହକି ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଟୋକିଓ - ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସ ସେମିଫାଇନାଲରେ ପହଂଚିଛି । ଭାରତୀୟ ମହିଳା ହକି ଦଳର ଏହି ଐତିହାସିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ବିଜୟଧାରା ବଜାୟ ରଖିବା ପାଇଁ ଟିମ୍‌କୁ ଉତ୍ସାହିତ କରିଛନ୍ତି…

କରୋନା ଅପଡେଟ୍‌: ଦିନକରେ ୪୦,୧୩୪ ସଂକ୍ରମିତ ଚିହ୍ନଟ, ୪୨୨ ମୃତ

ନୂଆଦିଲ୍ଲ: ଭାରତରେ କରୋନା ସଙ୍କଟ ଦୂର ହୋଇନାହିଁ । ଏବେ ବି ୪୦ ହଜାରରୁ ଊର୍ଦ୍ଧ୍ୱ ଦୈନିକ ମାମଲା ସାମ୍ନାକୁ ଆସୁଥିବା ବେଳେ ପ୍ରତିଦିନ ମୃତ୍ୟୁ ସଂଖ୍ୟା ୫୦୦ ଛୁଉଁଛି । ଗତ ୨୪ ଘଣ୍ଟାରେ ଭାରତରେ ଦେଶରେ ଆଉ ୪୦,୧୩୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ରମାଗତ ଷଷ୍ଠ ଦିନ ପାଇଁ ଦୈନିକ…

ପୁରୁଷଙ୍କ ପରେ ମହିଳାଙ୍କ କମାଲ, ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ସେମିଫାଇନାଲରେ ଭାରତୀୟ ମହିଳା ହକି…

ଟୋକିଓ - ପୁରୁଷ ଦଳ ପରେ ଭାରତୀୟ ମହିଳା ହକି ଦଳ ବି ଟୋକିଓରେ ଇତିହାସ ରଚିଛନ୍ତି । ପ୍ରଥମ ଥର ପାଇଁ ଭାରତୀୟ ଦଳ ଅଲିମ୍ପିକ୍ସ ହକି ସେମିଫାଇନାଲରେ ପ୍ରବେଶ କରିଛି । ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଭାରତୀୟ ଦଳ, ବିଶ୍ୱର ଦୁଇ ନମ୍ବର ଟିମ୍ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଏକମାତ୍ର ଗୋଲରେ…

ଖରାପ ଟାଇମିଂ ସହ ୨୦୦ ମିଟର ଦୌଡରେ ବି ହିଟ୍‌ରେ ହିଁ ହାରିଲେ ଭାରତର ‘ଦ୍ରୁତତମ ଧାବିକା’

ଟୋକିଓ – ୧୦୦ ମିଟର ପରେ ୨୦୦ ମିଟରରେ ମଧ୍ୟ ଦୂତି ଚାନ୍ଦ ବିଫଳ । ଟୋକିଓ ଅଲିମ୍ପିକ୍ସର ମହିଳା ୨୦୦ ମିଟର ଦୌଡରେ ବି ବିଫଳ ହୋଇଛନ୍ତି ଦୂତି । ହିଟ୍ -୪ରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି ଚାନ୍ଦ । ୨୩ ଦଶମିକ ୮୫ ସେକେଣ୍ଡରେ ଦୌଡ ପୂରଣ କରିଥିଲେ ଦୂତି, ଯାହା କି ତାଙ୍କର ଶ୍ରେଷ୍ଠ…

କଲେଜ, ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଆଜି ନିଷ୍ପତ୍ତି ସମ୍ଭାବନା

ଭୁବନେଶ୍ୱର- ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ସଂପର୍କରେ ଆଜି ନିଷ୍ପତ୍ତି ନିଆଯାଇପାରେ । ଏସବୁ ଶିକ୍ଷାନୁଷ୍ଠାନ କେବେ ଓ କେମିତି ଖୋଲିବ , ସେ ସଂପର୍କରେ ନିଷ୍ପତ୍ତି ହେବ । ଇଞ୍ଜିନିୟରିଂ କଲେଜ, ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନଗୁଡିକୁ…

ତିନି ମାସରୁ ଅଧିକ ସମୟ ପରେ ଆଜି ପୁଣି ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ଭୁବନେଶ୍ୱର- କୋଣାର୍କର ବିଶ୍ୱବିଖ୍ୟାତ ସୂର୍ଯ୍ୟମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ପୁଣି ଖୋଲିଛି । କୋରୋନାର ଦ୍ୱିତୀୟ ପ୍ରବାହ ଯୋଗୁଁ ଏପ୍ରିଲ ୧୬ରୁ ଦୀର୍ଘ ତିନିମାସରୁ ଅଧିକ ସମୟ ଧରି ବନ୍ଦ ଥିଲା ସୂର୍ଯ୍ୟମନ୍ଦିର । ଆଜି କୋରୋନା କଟକଣା ଅନୁସାରେ ପୁଣି ମନ୍ଦିର ଖୋଲିଛି । ସକାଳ ୬ଟାରୁ ଦିନ…