ଓଡିଶା ପାଇଁ ପୁଣି ବାତ୍ୟା ବିପଦ, ୪ ତାରିଖରେ ସ୍ଥଳଭାଗ ଛୁଇଁବ, ୩ ତାରିଖ ରାତିରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର – ଓଡିଶା ପାଇଁ ପୁଣି ବାତ୍ୟା ବିପଦ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସତର୍କ କରାଇ ଦେଇଛନ୍ତି । ଡିସେମ୍ବର ୪ ତାରିଖ ସକାଳେ ସମ୍ଭାବ୍ୟ ବାତ୍ୟା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ୩ ତାରିଖ ରାତିରୁ ରାଜ୍ୟରେ ଅନେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖ ସକାଳେ ଦକ୍ଷିଣ ଓଡିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଂଚିବ । ଉପକୂଳ ଛୁଇଁବା ପରେ ବାତ୍ୟା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ । ବାତ୍ୟା ସିଭିଏକ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ବୋଲି ଆଇଏମଡି ଡିଜି କହିଛନ୍ତି ।

Comments are closed.