ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ସାମିଲ ହୋଇଥିବା ନୂଆ ମନ୍ତ୍ରୀ ଆଜି ସେମାନଙ୍କ ଦାୟିତ୍ବ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଭୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦର ବୈଠକ ଡାକିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ମନ୍ତ୍ରୀଙ୍କ ସହ ଏହି ପ୍ରଥମ ବୈଠକରେ…

ରାଜ୍ୟରେ ଆଉ ୫୭ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଆଉ ୫୭ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ବରଗଡ, ଗଞ୍ଜାମ, ନୟାଗଡ, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି ।…

ତିନି ହଜାର ତଳେ ସ୍ଥିର ଦୈନିକ କୋରୋନା ସଂକ୍ରମଣ, ଦିନକରେ ଆଉ ୨୫୪୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ତିନି ହଜାର ତଳେ ହିଁ ରହିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ ହଜାର ୫୪୨ ନୂଆ ପଜିଟିଭ । ସଙ୍ଗରୋଧରୁ ୧ ହଜାର ୪୫୮ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୮୪ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ ୪୨୮, ଖୋର୍ଦ୍ଧା ଜିଲ୍ଲାରୁ…

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ

ସିମଲା – ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କର ପରଲୋକ ହୋଇଯାଇଛି । ୮୭ ବର୍ଷ ବୟସରେ ଆଖି ବୁଜିଛନ୍ତି ବୀରଭଦ୍ର । ଦୀର୍ଘ ଦିନ ଅସୁସ୍ଥ ଥିଲେ ବୀରଭଦ୍ର । ସୋମବାର ହୃଦଘାତ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ପରିଚିତ…

ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରଥଯାତ୍ରାକୁ ଆଉ ମାତ୍ର ଦିନ କେଇଟା ରହିଲା । ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । କୋରୋନା ମହାମାରୀ ଯୋଗୁଁ ଏଥର ମଧ୍ୟ ରଥ ଯାତ୍ରା ବିନା ଭକ୍ତରେ ଆୟୋଜନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରଥଯାତ୍ରା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ ।…

ମନସୁଖ ମାଣ୍ଡବ୍ୟ ଦେଶର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଧର୍ମେନ୍ଦ୍ରଙ୍କୁ ଶିକ୍ଷା ମନ୍ତ୍ରାଳୟ…

ନୂଆଦିଲ୍ଲୀ - ମୋଦି ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଓ ଅଦଳବଦଳ ପରେ ବିଭାଗ ବଂଟନ ହୋଇଛି । କିଛି ପୁରୁଣା ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହୋଇଛି । ମନ୍ତ୍ରିମଣ୍ଡଳରେ ଓଡିଶାରୁ ସ୍ଥାନ ପାଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ନୂଆ ରେଳ ମନ୍ତ୍ରୀ ହୋଇଛନ୍ତି । ଆଇଟି ମନ୍ତ୍ରାଳୟ ବି ତାଙ୍କ ପାଖରେ ରହିବ ।…

୬୪,୨୧୪ ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ (PVTG) ୫୦୦୦ ଟଙ୍କା ଲେଖାଏଁ ‘ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ‘ ପ୍ରଦାନ କରିଛନ୍ତି । କୋଭିଡର ଦ୍ଵିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାର ମାନଙ୍କୁ ଆର୍ଥିକ…