ନୂଆ ଟିକାକରଣ ନୀତି ଲାଗୁ, ପ୍ରଥମ ଦିନରେ ରେକର୍ଡ ୪୭ ଲକ୍ଷ ଲୋକଙ୍କୁ ଦିଆଗଲା ଟିକା

ନୂଆଦିଲ୍ଲୀ: ଆଜି ଠାରୁ ସାରା ଦେଶରେ ନୂଆ ଟିକାକରଣ ନୀତି ଲାଗୁ ହୋଇଛି । ପ୍ରଥମ ଦିନରେ ହିଁ ରେକର୍ଡ ୪୭ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ନୂଆ ଟିକା ନୀତି ଅନୁଯାୟୀ କେନ୍ଦ୍ର ଏଣିକି କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଟିକାକରଣର ସବୁ ଦାୟିତ୍ୱ ନେବ । କେନ୍ଦ୍ର ସରକାର ଟିକା କିଣି…

ଭାରତ ପ୍ରତି ଶତ୍ରୁତା ଆଚରଣ ସତ୍ତ୍ୱେ ଚୀନ୍ ରାଷ୍ଟ୍ରପତିଙ୍କ ସହ ୧୮ ଥର ସାକ୍ଷାତ କରିଛନ୍ତି ମୋଦି, ପ୍ରଶ୍ନ ଉଠାଇଲେ…

ନୂଆଦିଲ୍ଲୀ: ଚୀନ୍ ପ୍ରସଙ୍ଗରେ ମୋଦି ସରକାରଙ୍କ ନୀତିକୁ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ସମାଲୋଚନା କରିଛନ୍ତି । ଭାରତ ପ୍ରତି ଚୀନ ସର୍ବଦା ଶତ୍ରୁତା ଆଚରଣ କରୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କୁ ସସମ୍ମାନର ସହ ସାକ୍ଷାତ…

କୋଭିଡ୍ ମୃତକଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରସଙ୍ଗ: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହୋଇଛି । ଏହି ମାମଲାରେ ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏମଆର ଶାହାଙ୍କ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି । କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ଲୋକଙ୍କୁ…

ବିଜେପି ବିରୋଧରେ ମହାମେଣ୍ଟ ଯୋଜନା? ଆସନ୍ତାକାଲି ବିରୋଧୀ ଦଳଙ୍କୁ ନେଇ ବୈଠକ କରିବେ ଶରଦ ପାୱାର

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସୁପ୍ରିମୋ ଶରଦ ପାୱାର ଆସନ୍ତାକାଲି ନିଜ ବାସଭବନରେ ବିରୋଧୀ ଦଳମାନଙ୍କ ଏକ ବୈଠକ ଡାକିଛନ୍ତି । ଏହାକୁ ନେଇ ମହାରାଷ୍ଟ୍ର ଓ ଜାତୀୟ ରାଜନୀତି ସରଗରମ ହୋଇଛି । ଏହି ବୈଠକରେ ୧୫ରୁ ୨୦ ଦଳର ନେତା ଯୋଗ ଦେବା ସମ୍ଭାବନା ରହିଛି । ଏହା…

ବାଲେଶ୍ୱର: ରଥ ନିର୍ମାଣ ବେଳେ ଚଢ଼ାଉ, ୮ କାରିଗର ଅଟକ

ବାଲେଶ୍ୱର: ପରମ୍ପରାକୁ ବଜାୟ ରଖିବା ଲାଗି କେବଳ ପୁରୀରେ ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । ରାଜ୍ୟର ଅନ୍ୟ କୌଣସି ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ । ବାରମ୍ବାର ବାରଣ କରିବା ସତ୍ତ୍ୱେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ରଥ ନିର୍ମାଣ କାର୍ଯ୍ୟ କରାଯାଉଥିଲା ।…

ଜାମ୍ମୁକାଶ୍ମୀର: ଲସ୍କର କମାଣ୍ଡର ସହ ତିନି ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷା ବାହିନୀ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ସୋପୋରରେ ଲସ୍କରର ତିନି ଆତଙ୍କାବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷା ବାହିନୀ । ସୋମବାର ଭୋରରେ ବାରାମୁଲା ଜିଲ୍ଲାର ସୋପୋରରେ ଘଟିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ଏହି ସଫଳତା ମିଳିଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କରର ଜଣେ ଟପ୍ କମାଣ୍ଡର…