ଗ୍ୟାସ ଦରବୃଦ୍ଧି ବିରୋଧରେ ବିଜେଡିର ଯୁଦ୍ଧ ଡାକରା, ଆସନ୍ତାକାଲିଠାରୁ ତିନି ଦିନ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର- ରନ୍ଧନ ଗ୍ୟାସ ସିଲିଣ୍ଡର ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ର ବିରୋଧରେ ବା ବିଜେଡିର ଯୁଦ୍ଧ ଡାକରା । ଦରବୃଦ୍ଧି ପ୍ରତିବାଦରେ ଆସନ୍ତାକାଲିଠାରୁ ତିନି ଦିନ ଯାଏଁ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ କରିବ ବିଜେଡି । ସବୁ ଜିଲ୍ଲାରେ ବିଜେଡି ଛାତ୍ର , ଯୁବ ଓ ମହିଳା ଦଳ ପକ୍ଷରୁ ଗ୍ୟାସ ଦରବୃଦ୍ଧି ବିରୋଧରେ ଆନ୍ଦୋଳନ କରାଯିବ । ଆସନ୍ତାକାଲିଠାରୁ ତିନି ଦିନ ଧରି ଆରଡିସି କାର୍ଯ୍ୟାଳୟ ଘେରାଉ କରିବ ବିଜେଡି ।

Comments are closed.