ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ମିଛ , ସ୍ପଷ୍ଟୀକରଣ ରଖିଲା ପୁରୀ ଜିଲ୍ଲା ପ୍ରଶାସନ

ପୁରୀ : ପୁରୀ ବଗଲା ଧର୍ମଶାଳା ଜମି ନେଇ ବିରୋଧୀଙ୍କ ହୋହଲ୍ଲା ପରେ ଜିଲ୍ଲା ପ୍ରଶାସନ ସ୍ପଷ୍ଟୀକରଣ ଦେଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜରେ କୁହାଯାଇଛି ଯେ, ଜମି ବିକ୍ରି ହେବା ଅଭିଯୋଗ ସଂପୂଣ୍ଣ ର୍ ମିଛ । ବଗଲା ଧର୍ମଶାଳା ୨ଟି ପ୍ଲଟ ଉପରେ ରହିଛି । ଧର୍ମଶାଳା ପ୍ଲଟ ସୁରକ୍ଷିତ ଅଛି ବୋଲି ପ୍ରଶାସନ କହିଛି । ଶ୍ରୀମନ୍ଦିର ସେବାୟତଙ୍କ ଥଇଥାନ ପାଇଁ ଅନ୍ୟ ଅଂଶଟି ଦିଆଯାଇଛି ବୋଲି ସଫେଇ ଦେଇଛି ଜିଲ୍ଲା ପ୍ରଶାସନ । ଶ୍ରୀମନ୍ଦିରର ୭୫ ମିଟରରେ ଜମି ହରାଇଥିବା ସେବାୟତଙ୍କୁ ଥଇଥାନ କରାଯାଇଛି । ମୋଟ ଜମିର ୧୨ ପ୍ରତିଶତ ସେବାୟତଙ୍କୁ ଦିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଦର୍ଶାଯାଇଛି ।

ବଗଲା ଧର୍ମଶାଳା ଜମିକୁ ଲଜ୍ ମାଲିକଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ ଜିଲ୍ଲା ପ୍ରଶାସନ କହିବା ସହ ନକସା ଜାରି କରି ସ୍ପଷ୍ଟୀକରଣ ରଖିଛି । ପୁରୀ ବଳଗଣ୍ଡି  ମୌଜାରେ ବଗଲା ଧର୍ମଶାଳା ରହିଛି । ଏହାର ଖାତା ନମ୍ବର ହେଉଛି ୨୪୦ ଓ ୧୫୦ । ଏହାର ମୋଟ ୨ ଦଶମିକ ୭୩୮ ଏକର ଜମି ରହିଛି ।

ଏହି ଜମି ଓଡିଶା ସରକାରଙ୍କ ରାଜସ୍ୱ ଓ ବିପଯ୍ୟ ର‌୍ୟ ପରିଚାଳନା ବିଭାଗ ଅଧୀନରେ ରହିଛି । ବଗଲା ଧର୍ମଶାଳାରେ ମାତ୍ର ୨ ଶହ ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା ଥିଲା । ଏବେ ଏଠାରେ ୨ ହଜାର ଲୋକଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଉଛି ।

Comments are closed.