ଓଡିଶାକୁ ପାକିସ୍ତାନ ସହ ତୁଳନା କଲେ ବୈଜୟନ୍ତ, ସବୁ ମହଲରେ ତୀବ୍ର ପ୍ରତିକ୍ରିୟା

ଭୁବନେଶ୍ୱର – ସବୁ ସୀମା ଟପିଯାଇଛନ୍ତି ବୈଜୟନ୍ତ ପଣ୍ଡା । ଶେଷରେ ସେ ଓଡିଶାକୁ ପାକିସ୍ତାନ ସହ ତୁଳନା କରିବାକୁ କୁଂଠାବୋଧ କରିନାହାନ୍ତି । ମହିଳା ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓ ଭାଇରାଲ୍ ମାମଲାରେ ଫସିଥିବା ଓଟିଭି ସାମ୍ବାଦିକଙ୍କୁ ବଂଚାଇବାକୁ ବୈଜୟନ୍ତ ପଣ୍ଡା ଏଭଳି ଅରୁଚିକର ମନ୍ତବ୍ୟ ଦେଇଛନ୍ତି ।

ସଂପୃକ୍ତ ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ ପଚରାଉଚରା କରୁଛି । କିନ୍ତୁ ତାଙ୍କ ସପକ୍ଷରେ ବାହାରି ଓଡିଶାକୁ ପାକିସ୍ତାନ ସହ ତୁଳନା କରି ଟ୍ୱିଟ୍ କରିଛନ୍ତି ବୈଜୟନ୍ତ ଯାହା କି ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।

ବୈଜୟନ୍ତଙ୍କ ଏଭଳି ଟ୍ୱିଟ୍‌କୁ ନେଇ ବିଜେଡି କଡା ଆପତି ପ୍ରକାଶ କରିଛି । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରି ବୈଜୟନ୍ତ ଆହୁରି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି । ଓଡିଆ ସଂସ୍କୃତି ଓ ଲୋକଙ୍କୁ ସେ ଅପମାନିତ କରିଛନ୍ତି ବୋଲି ଟ୍ୱିଟ୍ କରି ସେ କହିଛନ୍ତି ।

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମଧ୍ୟ ଟ୍ୱିଟ୍ କରି ବୈଜୟନ୍ତଙ୍କୁ କଡା ସମାଲୋଚନା କରିଛନ୍ତି । ଜଗନ୍ନାଥଙ୍କ ମାଟିକୁ ପାକିସ୍ତାନ ସହ ତୁଳନାର ଦୁଃସାହସ କେମିତି କଲେ ବୋଲି ଟ୍ୱିଟ୍ ଯୋଗେ ବୈଜୟନ୍ତଙ୍କୁ ପ୍ରଶ୍ନ କରିଛନ୍ତି ଅନୁଭବ । ବିଜେଡି ନେତା ଦେବାଶିଷ ସାମନ୍ତରାୟ ମଧ୍ୟ ବୈଜୟନ୍ତଙ୍କ ମନ୍ତବ୍ୟ ପାଇଁ କଡା ସମାଲୋଚନା କରିଛନ୍ତି ।

ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବୈଜୟନ୍ତ ପଣ୍ଡାଙ୍କ ଏହି ଟ୍ୱିଟ୍ କୁ କଡା ସମାଲୋଚନା କରିଛନ୍ତି ।

Comments are closed.