ଟି-୨୦ ବିଶ୍ୱକପରୁ ଓହରିଲେ ବେନ୍ ଷ୍ଟୋକ୍ସ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ଖେଳାଳି ବେନ୍ ଷ୍ଟୋକ୍ସ ଆଗାମୀ ଟି-୨୦ ବିଶ୍ୱକପରୁ ଓହରି ଯାଇଛନ୍ତି । ସେ ତାଙ୍କ ବୋଲିିଂ ଉପରେ ଧ୍ୟାନ ଦେବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଷ୍ଟୋକ୍ସ କହିଛନ୍ତି। ସେ କହିଛନ୍ତି, ଏହି ‘ବଳିଦାନ’ ତାଙ୍କୁ ପୂର୍ଣ୍ଣ ଶକ୍ତିରେ ବୋଲିଂ କରିବାକୁ ଫିଟନେସ୍ ହାସଲ ଉପରେ ଧ୍ୟାନ ଦେବା ପାଇଁ ସହାୟକ ହେବ । ସେ ନିକଟ ଭବିଷ୍ୟତରେ ସେହି ଅଲରାଉଣ୍ଡର ହେବାକୁ ଚାହୁଁଛି ଯାହା ସେ ହେବାକୁ ଚାହୁଁଥିଲି ବୋଲି ଏହି ଷ୍ଟାର ଖେଳାଳି କହିଛନ୍ତିି।

ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି-୨୦ ବିଶ୍ୱକପର ଦୁଇ ମାସ ପୂର୍ବରୁ ଇଂଲଣ୍ଡର ଟେଷ୍ଟ ଅଧିନାୟକ ଷ୍ଟୋକ୍ସ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)କୁ ଜଣାଇ ଦେଇଛନ୍ତି। ଷ୍ଟୋକ୍ସ ଚଳିତ ଆଇପିଏଲରୁ ମଧ୍ୟ ଓହରିବାକୁ ପୂର୍ବରୁ ଘୋଷଣା କରିଥିଲେ।

ଇସିବି ଦ୍ବାରା ଜାରି ଏକ ବିବୃତ୍ତିରେ ଷ୍ଟୋକ୍ସ କହିଛନ୍ତି, ମୁଁ କଠିନ ପରିଶ୍ରମ କରୁଛି । ବୋଲିଂ ଫିଟନେସ୍ ହାସଲ କରିବା ଉପରେ ମୋର ଧ୍ୟାନ ରହିଛି ଯାହା ଦ୍ବାରା ମୁଁ କ୍ରିକେଟର ସମସ୍ତ ଫର୍ମାଟରେ ପୁଣି ଅଲରାଉଣ୍ଡର ଭୂମିକା ଗ୍ରହଣ କରିପାରିବି ।

ସେ କହିଛନ୍ତି, ଆଇପିଏଲ ଏବଂ ବିଶ୍ୱକପରୁ ଦୂରେଇ ରହିବା ‘ବଳିଦାନ’ ହେବ ଯାହା ମୋତେ ନିକଟ ଭବିଷ୍ୟତରେ ମୋତେ ଅଲରାଉଣ୍ଡର ହେବାରେ ସହାୟକ ହେବ ।

ଟେଷ୍ଟ ସିରିଜ୍ ପାଇଁ ଭାରତ ଗସ୍ତରେ ଷ୍ଟୋକ୍ସ ଇଂଲଣ୍ଡର ଅଧିନାୟକ ଥିଲେ । ତେବେ ତାଙ୍କ ଦଳ ଏହି ଗସ୍ତରେ ୧-୪ରେ ସିରିଜ୍ ହାରିଥିଲା। ସେ କହିଛନ୍ତି, ଏହି ଗସ୍ତ ସମୟରେ ସେ ଅନୁଭବ କରିଥିଲେ ଯେ ସେ ବୋଲିଂ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନୁହଁନ୍ତି ।

୨୦୨୨ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଗତ ଟି-୨୦ ବିଶ୍ୱକପ ଜିତିଥିବା ଇଂଲଣ୍ଡ କାରିବିୟାନରେ ଟାଇଟଲ ଡିଫେଣ୍ଡ୍ କରିବ। ଏମସିଜିରେ ଖେଳାଯାଇଥିବା ଫାଇନାଲରେ ପାକିସ୍ତାନ ବିପକ୍ଷରେ ପାଞ୍ଚ ୱିକେଟ୍ ବିଜୟରେ ଷ୍ଟୋକ୍ସ ବିଜୟ ସୂଚକ ସଟ୍ ମାରିଥିଲେ ।

Comments are closed.