କୃଷି ବିଲ୍ ବିରୋଧରେ ବିଭିନ୍ନ କୃଷକ ସଂଗଠନର ଆଜି ଭାରତ ବନ୍ଦ, ରାସ୍ତାକୁ ଓହ୍ଲାଇଲେ କୃଷକ,ପଂଜାବରେ ରେଳରୋକୋ ଜାରି

ନୂଆଦିଲ୍ଲୀ – ପାର୍ଲାମେଂଟରେ ଗୃହୀତ ହୋଇଥିବା କୃଷି ବିଲ୍ ବିରୋଧରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । କିଛି ରାଜନୈତିକ ଦଳ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି ।

ପଂଜାବ,ହରିୟାଣାୟ ୟୁପି, ମହାରାଷ୍ଟ୍ର ସମେତ ଦେଶର ଅନ୍ୟ ରାଜ୍ୟରେ କୃଷି ବିଲ୍ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି କୃଷକ । ଚକା ଜାମ୍ କରାଯାଇଛି । ଭାରତ ବନ୍ଦ ପାଇଁ ୩୧ଟି କୃଷକ ସଂଗଠନ ହାତ ମିଳାଇଛନ୍ତି । ସେପଟେ ପଂଜାବରେ କୃଷି ବିଲ୍ ବିରୋଧରେ କୃଷକମାନଙ୍କ ତିନିଦିନିଆ ରେଳ ରୋକୋ ଆଜି ଦ୍ୱିତୀୟ ଦିନରେ ପହଂଚିଛି ।

Comments are closed.