ବୁଷ୍ଟର ଡୋଜ୍ ପାଇଁ ଅନୁମତି ଲୋଡିଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ନାକ ମାଧ୍ୟମରେ ଦିଆଯାଉଥିବା ଏକ କୋଭିଡ ଟିକା ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଭାରତର ଔଷଧ ନିୟାମକଙ୍କ (ଜସିଜିଆଇ)ଠାରୁ ଭାରତ ବାୟୋଟେକ ଅନୁମତି ମାଗିଛି। ସମ୍ପୁର୍ଣ୍ଣ ଟୀକାକରଣ ହୋଇଥିବା ଲୋକଙ୍କ ପାଇଁ ଏହି ଟିକାକୁ ବୁଷ୍ଟର ଡୋଜ ଭାବରେ ଅଧ୍ୟୟନ କରିବାକୁ କମ୍ପାନୀ ଅନୁମତି ଲୋଡିଛି |

ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ଭାରତ ବାୟୋଟେକ୍ ଦ୍ଵାରା ବିକଶିତ ନାସାଲ୍ ଟିକା ‘ବିବିଭି ୧୫୪’ ବ୍ୟବହାରକୁ ଭାରତ ଏପର୍ଯ୍ୟନ୍ତ ମଞ୍ଜୁରି ଦେଇନାହିଁ। ଇତି ମଧ୍ୟରେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) କମ୍ପାନୀ ଦ୍ୱାରା ଉତ୍ପାଦିତ ହେଉଥିବା ‘କୋଭାକ୍ସିନ୍’ ଟିକାକୁ
ଉତ୍ପାଦନର ୧୨ ମାସ ପର୍ଯ୍ୟନ୍ତ ବ୍ୟବହାର କରିବାକୁ ଅନୁମତି ଦେଇଛି |

ଡିସିଜିଆଇ ଅଗଷ୍ଟରେ ନାସାଲ୍ ଟିକା ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା କରିବାକୁ କମ୍ପାନୀକୁ ଅନୁମତି ଦେଇଥିଲା |

Comments are closed.