ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ, ୩ ଦଶମିକ ୫ ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର – ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଦାରିଙ୍ଗବାଡିରେ ରାତି ତାପମାତ୍ରା ଆହୁରି ହ୍ରାସ ପାଇଛି । ଦାରିଙ୍ଗବାଡିରେ ରାତି ତାପମାତ୍ରା ୩ ଦଶମିକ ୫ ଡିଗ୍ରୀକୁ ଖସିଛି , ଯାହା କି ଚଳିତ ଋତୁରେ ଏ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା । ଦିନକ ଆଗରୁ ଓଡିଶାର କାଶ୍ମୀରରେ ରାତିର ତାପମାତ୍ରା ୪ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା । ରାଜ୍ୟର ଅନେକ ଜିଲ୍ଲାରେ ୨୩ ତାରିଖ ଯାଏଁ ଶୀତ ପ୍ରକୋପ ଜାରି ରହିବ । ଆଜି ଓ ଆସନ୍ତାକାଲି ପାଇଁ ଅନେକ ଜିଲ୍ଲାକୁ ପ୍ରବଳ ଶୀତ ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Comments are closed.