ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ:ପ୍ରଥମ ଥର ବିଧାୟକ ନିର୍ବାଚିତ ଭୁପେନ୍ଦ୍ର ପଟେଲ ଆଜି ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ଶପଥ ପାଠ କରାଇଥିଲେ। ଏହି ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ସମେତ ସମସ୍ତ ବିଜେପି ନେତା ଯୋଗ ଦେଇଥିଲେ। ମଧ୍ୟପ୍ରଦେଶ, ଗୋଆ, ହରିୟାଣାର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ‌ ପଦରୁ ଶନିବାର ବିଜୟ ରୂପାନି ଇସ୍ତଫା ଦେଇଥିଲେ । ଗତକାଲି ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ର ପଟେଲ ନେତା ନିର୍ବାଚିତ ହୋଇଥିଲେ।
୨୦୧୭ ବିଧାନସଭା ନିର୍ବାଚନରେ ଭୁପେନ୍ଦ୍ର ରଜନୀକାନ୍ତ ପଟେଲ ଅହମ୍ମଦାବାଦ ଜିଲ୍ଲାର ଘାଟଲୋଡିଆ ଆସନରୁ କଂଗ୍ରେସର ଶଶିକାନ୍ତ ଭାସୁଦେବଭାଇ ପଟେଲଙ୍କୁ ପରାସ୍ତ କରିଥିଲେ।

Comments are closed.