ଲଗାଣ ବର୍ଷାରେ ଭୁଶୁଡିଲା ବ୍ରହ୍ମପୁର ସହରର ୧୦୦ ବର୍ଷ ପୁରୁଣା କୋଠା

ଭୁବନେଶ୍ୱର – ଲଗାଣ ବର୍ଷାରେ ଭୁଶୁଡିପଡିଛି ବ୍ରହ୍ମପୁର ସହରର ୧୦୦ ବର୍ଷ ପୁରୁଣା ଐତିହାସିକ କୋଠା । ସହରର ଗିରି ମାର୍କେଟ ନିକଟରେ ଥିବା ଆନ୍ଧ୍ର ଭାଷା ବିବର୍ଦ୍ଧନୀର କୋଠା ବର୍ଷା ଯୋଗୁଁ ଭୁଶୁଡି ଯାଇଛି । ଓଡିଶା ସ୍ୱତନ୍ତ୍ର ପ୍ରଦେଶ ହେବା ପୂର୍ବରୁ ମାଡ୍ରାସ ପ୍ରେସିଡେନସୀ ବେଳେ ଆନ୍ଧ୍ର ସୀମାନ୍ତ ଗଞ୍ଜାମ ଜିଲ୍ଲାରେ ତେଲେଗୁ ଭାଷାକୁ ବଂଚାଇ ରଖିବା ପାଇଁ ତେଲେଗୁ ସାହିତ୍ୟିକ ଓ ଭାଷାପ୍ରେମୀଙ୍କ ପ୍ରଚେଷ୍ଟା ସ୍ୱରୂପ ଏହି କୋଠା ନିର୍ମାଣ ହୋଇଥିଲା । ଏଠାରେ ବହୁ ପୁରୁଣା ବହି ଓ ଐତିହାସିକ ଗ୍ରନ୍ଥ ଥିଲା ।

Comments are closed.