ବିହାର ବିଧାନସଭା ନିର୍ବାଚନରେ ଜେଡିୟୁର ହାତ ଛାଡିବ ଏଲଜେପି, କିନ୍ତୁ ବିଜେପି ସହ ରହିବ

ପାଟନା-ଏନଡିଏ ଅଂଶୀଦାର ଲୋକ ଜନଶକ୍ତି ପାର୍ଟି-ଏଲଜେପି ବିହାର ନିର୍ବାଚନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ନେତୃତ୍ୱରେ ଦଳ ଲଢିବ ନାହିଁ । ନୀତିଗତ ଓ ବୈଚାରିକ ମତଭେଦ କାରଣରୁ ଏହି ନିଷ୍ପତି ନିଆଯାଇଛି ବୋଲି ଦଳ କହିଛି । ଜାତୀୟ ସ୍ତରରେ ବିଜେପି ସହ ଦଳ ରହିଛି ବୋଲି ଏଲଜେପି ରହିଛି । କିନ୍ତୁ ବିହାରରେ ଦଳ ଜେଡିୟୁ ସହ ନିର୍ବାଚନ ଲଢିବ ନାହିଁ । ଦଳ ଆସନ୍ତା ନିର୍ବାଚନ ଅଲଗା ଲଢିବ । ନିର୍ବାଚନ ପରେ ଦଳର ସବୁ ନିର୍ବାଚିତ ବିଧାୟକ, ବିଜେପିକୁ ସମର୍ଥନ ଦେବେ । ଏଲଜେପିର ଏହି ନିଷ୍ପତି ଉଭୟ ଜେଡିୟୁ ଓ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ।

Comments are closed.