ଗଣବଳାତ୍କାର ଦୋଷୀଙ୍କୁ ମୁକ୍ତ କରିବା ବିରୋଧରେ ସୁପ୍ରିମକୋର୍ଟ ଗଲେ ବିଲକିସ୍ ବାନୋ

ନୂଆଦିଲ୍ଲୀ: ଗଣ ବଳାତ୍କାର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ଆଗୁଆ ଜେଲରୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ବିଲକିସ୍ ବାନୋ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ବିଲକିସ୍ ବାନୋଙ୍କ ଓକିଲ ଶୋଭା ଗୁପ୍ତା ଏହି ସୂଚନା ଦେଇଛନ୍ତି ।

ବିଲକିସ୍ ବାନୋଙ୍କ ଓକିଲ ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି । ଏହି ପିଟିସନରେ ସର୍ବୋଚ୍ଚ ନ୍ୟାୟାଳୟର ସେହି ଆଦେଶର ପୁନର୍ବିଚାର କରିବା ପାଇଁ ନିବେଦନ କରାଯାଇଛି ଯେଉଁଥିରେ ୧୯୯୨ର କ୍ଷମା ନିୟମ ଲାଗୁ କରିବା ପାଇଁ ଗୁଜରାଟ ସରକାରଙ୍କୁ ଅନୁମତି ଦିଆଯାଇଥିଲା । ଏହାଛଡ଼ା ୧୧ ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ମଧ୍ୟ କରାଯାଇଛି ବୋଲି ବାନୋଙ୍କ ଓକିଲ କହିଛନ୍ତି ।

ଗୁଜରାଟରେ ୨୦୦୨ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ଗୁଜରାଟ ସରକାର ଚଳିତ ବର୍ଷ ଅଗଷ୍ଟ ୧୫ରେ ମୁକ୍ତ କରିଥିଲେ।

Comments are closed.