ଜାମସେଦପୁରର ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ, ତିନି ଆହତ

ଜାମସେଦପୁର: ଝାଡଖଣ୍ଡ ଜାମସେଦପୁର ସ୍ଥିତ ଟାଟା ଷ୍ଟିଲର କୋକ୍ ପ୍ଲାଣ୍ଟରେ ଏକ ବଡ଼ ବିସ୍ଫୋରଣ ହୋଇଥିବା ଖବର ରହିଛି । ବିସ୍ଫୋରଣ ପରେ ପ୍ଲାଣ୍ଟରେ ନିଆଁ ଲାଗିଯାଇଛି | ନିଆଁ ଲିଭା କାର୍ଯ୍ୟରେ ୫ ଦମକଳ ବାହୀନି ନିୟୋଜିତ ହୋଇଛନ୍ତି। କୁହାଯାଉଛି ଯେ ପ୍ଲାଣ୍ଟରେ ଗ୍ୟାସ୍ କଟିଂ ଏବଂ ୱେଲଡିଂ ସମୟରେ ଗ୍ୟାସ୍ ଲିକ୍ ଯୋଗୁଁ ଏହି ଅଘଟଣ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଟ୍ୱିଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ଟ୍ବିଟରେ କହିଛନ୍ତି ଯେ ଜାମସେଦପୁରର ଟାଟା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଖବର ଆସିଛି। ଟାଟା ଷ୍ଟିଲ ମ୍ୟାନେଜମେଣ୍ଟ ସହ ସମନ୍ୱୟରେ ଆହତଙ୍କ ଶୀଘ୍ର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀମାନେ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୂଚନା ଅନୁଯାୟୀ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ଶବ୍ଦ ବହୁ ଦୂରରୁ ଶୁଣିବାକୁ ମିଳିଥିଲା। ବିସ୍ଫୋରଣର ଶବ୍ଦ ଶୁଣିବା ପରେ ଲୋକମାନେ ଆତଙ୍କିତ ହୋଇଯାଇଥିଲେ। ଏହି ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି।

Comments are closed.