ୟୁକ୍ରେନରେ ପ୍ରାଣ ହୋଇଥିବା ଭାରତୀୟ ଛାତ୍ରଙ୍କ ମୃତଦେହ ବେଙ୍ଗାଲୁରୁ ପହଞ୍ଚିଲା

ବେଙ୍ଗାଲୁରୁ:ୟୁକ୍ରେନରେ ପ୍ରାଣ ହୋଇଥିବା ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତଦେହ ବେଙ୍ଗାଲୁରୁ ଅଣାଯାଇଛି। ମୃତଦେହ ବିମାନବନ୍ଦରରେ ପହଞ୍ଚିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ନବୀନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ କହିଛନ୍ତି ଯେ ଏହା ଦୁର୍ଭାଗ୍ୟଜନକ ଯେ ଆମ ପିଲା ନବୀନ ଶେଖରପ୍ପାଙ୍କ ୟୁକ୍ରେନରେ ମୃତ୍ୟୁ ହେଲା। ୟୁକ୍ରେନରୁ ନବୀନଙ୍କ ଶବକୁ ଏଠାକୁ ଆଣିବା ବହୁତ କଷ୍ଟସାଧ୍ୟ ଥିଲା | ଏଥିସହ ବୋମ୍ମାଇ ପ୍ରଧାନମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ | ମାର୍ଚ୍ଚ ୧ ରେ ରୁଷର ଗୁଳିମାଡରେ ଖାର୍କିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିର ଶେଷ ବର୍ଷର ଡାକ୍ତରୀ ଛାତ୍ର ନବୀନଙ୍କ ମୃତ୍ୟୁ ହୋଇଥିଲା।

ନବୀନଙ୍କ ମୃତଦେହକୁ ନେଇ ୟୁକ୍ରେନରୁ ବିମାନ ସୋମବାର ଭୋର୍ ପ୍ରାୟ ୩ଟାରେ ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚିଥିଲା। ନବୀନଙ୍କ ମୃତ୍ୟୁ ପରେ କର୍ଣ୍ଣାଟକ ସରକାର ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ ଏବଂ ପରିବାରର ଜଣେ ସଦସ୍ୟଙ୍କ ପାଇଁ ସରକାରୀ ଚାକିରି ଘୋଷଣା କରିଥିଲେ। ପୁଅର ମୃତଦେହ ଦାନ କରିବାକୁ ନିଷ୍ପତ୍ତି ନେଇଥିବା ବାପା କହିଛନ୍ତି, ‘ମୋ ପୁଅ ମେଡିକାଲରେ କିଛି କରିବାକୁ ଚାହୁଁଥିଲା, ଯାହା ଅପୂରଣୀୟ ରହିଗଲା । ଅନ୍ତତ ପକ୍ଷେ ତାଙ୍କ ଶରୀରକୁ ଅନ୍ୟ ଛାତ୍ରମାନେ ଅଧ୍ୟୟନ ପାଇଁ ବ୍ୟବହାର କରିପାରିବେ | ସେଥିପାଇଁ ଆମେ ପରିବାର ସଦସ୍ୟ ନବୀନର ଶରୀରକୁ ଡାକ୍ତରୀ ଗବେଷଣା ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛୁ |

Comments are closed.