ବକ୍ସ ଅଫିସରେ ‘ଗଦର ୨’ର ଧମାକା, କଲେକ୍ସନ ୩୦୦ କୋଟି ପାର

ମୁମ୍ବାଇ: ବକ୍ସ ଅଫିସରେ ସନି ଦେଓଲଙ୍କ ‘ଗଦର ୨’ ଚମତ୍କାର ପ୍ରଦର୍ଶନ ଜାରି ରଖିଛି । ରିପୋର୍ଟ ଅନୁଯାୟୀ ଘରୋଇ ବଜାରରେ ଫିଲ୍ମର କଲେକ୍ସନ ୩୦୦ କୋଟି ଟପିଛି‌‌।

ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୨୦୦୧ ବ୍ଲକବଷ୍ଟର ‘ଗଦର: ଏକ ପ୍ରେମ କଥା’ର ସିକ୍ୱେଲ୍ | ଜି ଷ୍ଟୁଡିଓ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ‘ଗଦର ୨’ ଅଗଷ୍ଟ ୧୧ରେ ରିଲିଜ୍ ହୋଇଥିଲା |

ଫିଲ୍ମର ନିର୍ମାତାଙ୍କ ଦ୍ବାରା ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ ଦାବି କରାଯାଇଛି ଯେ ପଞ୍ଜାବ ପରି ଏକ ରାଜ୍ୟରେ କୌଣସି ହିନ୍ଦୀ ଚଳଚ୍ଚିତ୍ର ପାଇଁ ‘ଗଦର ୨’ର କଲେକ୍ସନ ରେକର୍ଡ କରିଛି ।

୧୯୭୧ ମସିହା ବେଳର ପୃଷ୍ଠଭୂମିରେ ଆଧାରିତ ‘ଗଦର ୨’ ହେଉଛି ତାରା ସିଂଙ୍କ ପାକିସ୍ତାନ ଯିବା କାହାଣୀ। ତାଙ୍କ ପୁଅ ଚରଣଜିତ ସିଂଙ୍କୁ ପାକିସ୍ତାନୀ ସେନା କବଳରୁ ରକ୍ଷା କରିବା ପାଇଁ ତାର ସିଂ ସୀମା ପାର କରନ୍ତି।

ଏହି ଚଳଚ୍ଚିତ୍ରରେ ଚରଣଜିତ ସିଂଙ୍କ ଚରିତ୍ରରେ ନିର୍ଦ୍ଦେଶକ ଅନୀଲ ଶର୍ମାଙ୍କ ପୁଅ ଉତ୍କର୍ଷ ଶର୍ମା ଅଭିନୟ କରିଛନ୍ତି ।

‘ଗଦର: ଏକ ପ୍ରେମ କଥା’ର ପ୍ଲଟ୍ ବିଭାଜନ ସମୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଆଧାରିତ ଥିଲା।

Comments are closed.