ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍, ମୋଦିଙ୍କ ନିମନ୍ତ୍ରଣ ଗ୍ରହଣ କଲେ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଭାରତ ଗସ୍ତ ପାଇଁ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏହି ସୂଚନା ଦେଇଛନ୍ତି। ସ୍କଟଲାଣ୍ଡର ଗ୍ଲାସଗୋରେ ସିଓପି୨୬ ଜଳବାୟୁ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି, ବୋରିସ୍ ଜନସନଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଥିଲେ। ଗ୍ରୀନ୍ ହାଇଡ୍ରୋଜେନ, ଅକ୍ଷୟ ଏବଂ ସ୍ୱଚ୍ଛ ପ୍ରଯୁକ୍ତିକୌଶଳ, ଅର୍ଥନୀତି ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ଉପରେ ଦୁଇ ନେତା ଆଲୋଚନା କରିଥିଲେ।

ବୋରିସ୍ ଜନସନ ଏହାପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ ଗଣତନ୍ତ୍ର ଦିବସ ପରେଡର ମୁଖ୍ୟ ଅତିଥି ଭାବରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ କରୋନା ମହାମାରୀ ଯୋଗୁଁ ତାଙ୍କର ଏହି ଗସ୍ତ ବାତିଲ କରାଯାଇଥିଲା। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଦୁଇଥର ବାତିଲ ହେବା ପରେ ଗ୍ଲାସଗୋରେ ଚାଲିଥିବା ସିଓପି୨୬ ଶିଖର ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଥର ବ୍ୟକ୍ତିଗତ ସାକ୍ଷାତ ଆଲୋଚନା ହୋଇଥିଲା।

Comments are closed.