ରାଜ୍ୟରେ ତଳମୁହଁ କୋରୋନା ଗ୍ରାଫ, ଲଗାତର ତୃତୀୟ ଦିନ ୪ଶହରୁ ତଳେ ଦୈନିକ ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ୩୨୭ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲଗାତର ତୃତୀୟ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୧୯୧ ଓ ସ୍ଥାନୀୟ ଅଂଚଳରୁ ୧୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ୍କଙ୍କ ସଂଖ୍ୟା ହେଉଛି ୪୪ । ୧୮ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୭, କଟକରୁ ୨୯, ମୟୂରଭଞ୍ଜରୁ ୧୩, ସମ୍ବଲପୁରରୁ ୧୦, ଯାଜପୁରରୁ ୯, ଭଦ୍ରକରୁ ୮, ଜଗତସିଂହପୁରରୁ ୭, ପୁରୀରୁ ୬, ବଲାଙ୍ଗିରରୁ ୫, ଗଞ୍ଜାମରୁ ୪, ସୁନ୍ଦରଗଡରୁ ୪, କୋରାପୁଟରୁ ୩, ନୟାଗଡରୁ ୩, ଝାରସୁଗୁଡାରୁ ୨, ନୂଆପଡାରୁ ୨, ଢେଙ୍କାନାଳରୁ ୧, ବୌଦ୍ଧରୁ ୧, କେନ୍ଦ୍ରାପଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୨ ହଜାର ୧୦୦କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୯ ହଜାର ୫୮୫ । ସକ୍ରିୟ ମାମଲା ସଂଖ୍ୟା ରହିଛି ୪ ହଜାର ୧୨୨ ।

Comments are closed.