କାଲିଫର୍ଣ୍ଣିଆ ଗୁଳିକାଣ୍ଡ: ନିଜକୁ ଗୁଳିକରି ଅଭିଯୁକ୍ତର ଆତ୍ମହତ୍ୟା

ଲସ୍ ଆଞ୍ଜେଲସ: କାଲିଫର୍ଣ୍ଣିଆ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି । ଅଭିଯୁକ୍ତ ଜଣେ ୭୨ ବର୍ଷର ବୃଦ୍ଧ ଥିଲେ ଓ ତାଙ୍କ ପରିଚୟ ହୁ ଚାନ୍ ଟ୍ରାନ୍ ବୋଲି ଜଣାପଡ଼ିଛି ।

ହୁ ଚାନ୍ ଟ୍ରାନ୍ ଏକ ଧଳା ଭ୍ୟାନରେ ଖସି ପଳାଉଥିବା ବେଳେ ପୋଲିସ ତାଙ୍କୁ ଘେରି ଯାଇଥିଲା ​​। ତେବେ ସରେଣ୍ଡର କରିବା ବଦଳରେ ସେ ନିଜକୁ ଗୁଳି କରିଦେଇଥିଲେ। ପୋଲିସ କହିଛି ଯେ ଏହି ମାମଲାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ ।

ପୋଲିସ ଏହି ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜାଣିପାରି ନାହିଁ। ରବିବାର ଘଟିଥିବା ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଲସ୍ ଆଞ୍ଜେଲ୍ସର ପ୍ରାୟ ୧୨ କିଲୋମିଟର ପୂର୍ବରେ ଅବସ୍ଥିତ ମୋଣ୍ଟେରୀ ପାର୍କରେ ଚାଇନାର ଲୁନାର ନୂଆବର୍ଷ ପାଳନ କରାଯାଉଥିବା ବେଳେ ହଠାତ ଜଣେ ବ୍ୟକ୍ତି ଭିଡ଼ ଉପରକୁ ମେସିନ୍ ଗନରୁ ଆଖିବୁଜା ଗୁଳିମାଡ଼ କରିଥିଲା ।

Comments are closed.