ଗୋରୁ ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ସିବିଆଇ

କୋଲକାତା: ସିବିଆଇ ତୃଣମୂଳ କଂଗ୍ରେସ (ଟିଏମସି) ବୀରଭୂମ ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି। ଗୋରୁ ଚୋରା ଚାଲାଣ ମାମଲାର ତଦନ୍ତରେ ସହଯୋଗ ନକରିବାରୁ ଅନୁବ୍ରତଙ୍କୁ ଗିରଫ କରାଯାଇଛି। ଜଣେ ସିବିଆଇ ଟିମ୍ ଗୁରୁବାର ସକାଳେ ଟିଏମସିର ବୀରଭୂମ ଜିଲ୍ଲା ସଭାପତିଙ୍କ ଘରେ ପହଞ୍ଚି ଏକ ଘଣ୍ଟା ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରିଥିଲା।

ଗୋରୁ ଚୋରା ଚାଲାଣ ଘଟଣାର ତଦନ୍ତରେ ସହଯୋଗ ନକରିବାରୁ ଆମେ ତାଙ୍କୁ ଗିରଫ କରିଛୁ ବୋଲି ସିବିଆଇର ଜଣେ ଅଧିକାରୀ କହିଛନ୍ତି।

ଗତ କିଛି ଦିନ ମଧ୍ୟରେ ଦୁଇଥର ପଚରାଉଚରା ପାଇଁ ତଦନ୍ତକାରୀ ସଂସ୍ଥା ଟିଏମସି ନେତାଙ୍କୁ ସମନ କରିଥିଲେ । କିନ୍ତୁ ସେ ଅସୁସ୍ଥତା ଦର୍ଶାଇ ହାଜର ହୋଇନଥିଲେ ।

Comments are closed.