କର୍ନାଟକ ପିସିସି ସଭାପତି ଓ ଭାଇଙ୍କ ଘର ଓ ଅଫିସରେ ସିବିଆଇ ଚଢାଉ

ବେଙ୍ଗଳୁରୁ- କର୍ନାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଡି.କେ ଶିବକୁମାର ଘରେ ସିବିଆଇ ଚଢାଉ ହୋଇଛି । ବେଙ୍ଗଳୁରୁରେ ଶିବ କୁମାରଙ୍କ ଘରେ ରେଡ୍ କରିଛି ସିବିଆଇ । ଶିବ କୁମାରଙ୍କ ଭାଇ ଡି.କେ ସୁରେଶ କୁମାରଙ୍କ ଘରେ ବି ସିବିଆଇ ରେଡ୍ ହୋଇଛି । ଉଭୟଙ୍କ ଘର ଓ ଅଫିସ ସମେତ ୧୪ଟି ସ୍ଥାନରେ ରେଡ୍ ହୋଇଛି । ଦୁର୍ନୀତି ମାମଲାରେ ଏହି ରେଡ୍ ହୋଇଥିବା ଅଧିକାରୀମାନେ କହିଛନ୍ତି ।

Comments are closed.